ହାତୀ ଆତଙ୍କରେ ଥରହର ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ହାତୀ ଆତଙ୍କରେ ଥରହର ଓଡ଼ିଶା

elephant

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଏବେ ହାତୀ ଆତଙ୍କ। ହାତୀଙ୍କ ଉତ୍ପାତରେ ଥରହର ହେଉଛି ଓଡ଼ିଶାର ଅଧିକାଂଶ ଅଞ୍ଚଳ। ଧାନ ଖାଇବା ଲାଗି ବିଭିନ୍ନ ରାଜ୍ୟର ହାତୀ ଏବେ ଓଡ଼ିଶା ମୁହାଁ। ହାତୀ କେବଳ ଫସଲ ଖାଉନାହାନ୍ତି, ଦଳିଚକଟି ଦେବାରୁ ଶହ ଶହ ଏକର ଜମିରେ ଧାନଫସଲ ନଷ୍ଟ ହେଉଛି। ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି।

ଏହାସହ ତାଳ ଦେଇ ବଢ଼ିବାରେ ଲାଗିଛି ହାତୀ ମଣିଷ ଲଢେଇ। ସୁଯୋଗ ଦେଖି ଅସାମାଜିକ ବ୍ୟକ୍ତି ଓ ଶିକାରୀ ହାତୀଙ୍କୁ ଟାର୍ଗେଟ କରୁଛନ୍ତି। ସେହିପରି ହାତୀଙ୍କ ଆକ୍ରମଣରେ ନିରୀହ ମଣିଷର ଜୀବନ ମଧ୍ୟ ଯାଉଛି।

ଏହି ହାତୀପଲ ଯେତିକି ଖାଉଛନ୍ତି, ତା’ଠାରୁ ବହୁଗୁଣା ଅଧିକ ଦଳିଚକଟି ନଷ୍ଟ କରିଦେଉଛନ୍ତି। କିଛି କ୍ଷଣରେ ମାଟିରେ ମିଶିଯାଉଛି ଚାଷୀଙ୍କ ବର୍ଷକର ପରିଶ୍ରମ। ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ବଳଭଦ୍ରପୁର ପଞ୍ଚାୟତର ଗାଁ ଗହୀରରେ ଏକର ଏକର ଜମିରେ ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି ହାତୀପଲ।

କଳାହାଣ୍ଡି କଣ୍ଟାବାଞ୍ଜି ରେଞ୍ଜ ଡୁଙ୍ଗୁରିପାଲି ହେଉ କି ସୁନ୍ଦରଗଡ଼ର ବଣେଇ ଓ ପାନପୋଷ ଡିଭିଜନ୍, ଚାଷୀଙ୍କ ମୁଣ୍ଡବିନ୍ଧା ବଢାଇଛନ୍ତି ଜଙ୍ଗଲୀ ହାତୀ। ହାତୀ ଯେ କେବଳ ଧାନ ଫସଲ ନଷ୍ଟ କରୁଛନ୍ତି ତା’ ନୁହେଁ, ଅନେକ ସମୟରେ ଘରର ପାଚେରୀ ଓ କାନ୍ଥକୁ ବି ଭାଙ୍ଗି ଦେଉଛନ୍ତି। ଏହାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ବଢ଼ିବାରେ ଲାଗିଛି। ସେପଟେ ହାତୀ ପଲ ଗାଁ ମୁହାଁ ହେଉଥିବାରୁ ଶିକାରୀ ଓ ଅସାମାଜିକ ବ୍ୟକ୍ତି ଏହାର ଫାଇଦା ନେଉଛନ୍ତି। କିଛିଦିନ ତଳେ ଆଠଗଡ଼ ବନଖଣ୍ଡରେ ବିସ୍ଫୋରକ ଖାଇ ହାତୀର ମୃତ୍ୟୁ ଘଟିଥିଲା।  ଗଞ୍ଜାମ ଦିଗପହଣ୍ଡି ନିମଖଣ୍ଡିପେଣ୍ଠ ଧାନ ବିଲରୁ ଦନ୍ତାର ମୃତଦେହ ମିଳିବା ଘଟଣାର ହାତୀଙ୍କ ପ୍ରତି ବଢୁଥିବା ବିପଦକୁ ବୟାନ କରୁଛି।

ପରିସଂଖ୍ୟାନ କହୁଛି, ୨୦୧୧-୧୨ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଭିନ୍ନ ଭିନ୍ନ କାରଣରୁ ୬ ଶହ ହାତୀଙ୍କ ଜୀବନ ଗଲାଣି। ଏହି ସମୟ ମଧ୍ୟ ହାତୀ ଆକ୍ରମଣରେ ୫୭୦ ଲୋକଙ୍କ ମୃତ୍ୟୁ ଘଟିଛି। ହାତୀ ମଣିଷ ମଧ୍ୟରେ ଚାଲିଥିବା ଏହି ଲଢ଼େଇ ବନ ବିଭାଗର ଚିନ୍ତା ବଢ଼ାଇଦେଇଛି।

ଏପରି ସ୍ଥିତିରେ କେବଳ ସଚେତନତା ସୃଷ୍ଟି କରାଯିବା ଦ୍ୱାରା ହିଁ ସମସ୍ୟାର ସମାଧାନ ହୋଇପାରିବ ବୋଲି ୱାଇଲ୍ଡଲାଇଫ ବିଶେଷଜ୍ଞ ତଥା ପୂର୍ବତନ ପିସିସିଏଫ ବିଜୟ କେତନ ପଟ୍ଟନାୟକ କହିଛନ୍ତି।



from Odisha Reporter https://ift.tt/2QAwl3F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages