ସ୍କୁଲ ବେଳର ଖେଳାଳି ନବୀନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ସ୍କୁଲ ବେଳର ଖେଳାଳି ନବୀନ !

ନବୀନ ବାବୁ ପିଲାଟି ଦିନରୁ କୁଆଡ଼େ ଭଲ ଖେଳାଳି। ସ୍କୁଲରେ ପଢ଼ିବା ବେଳେ ସେ କୁଆଡ଼େ ହକି ଖେଳୁଥିଲେ ଆଉ ଡେଙ୍ଗା ହୋଇଥିବାରୁ ତାଙ୍କୁ ଗୋଲକିପର କରାଯାଇଥିଲା…ଏ କଥା ସେ ୱାର୍ଲଡ କପ ହକି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ହଠାତ ଘୋଷଣା କରିଥିଲେ। ଏବେ ହକି ଫାଇନାଲ ମ୍ୟାଚ ଦେଖିବାକୁ ସଚିନ ତେନ୍ଦୁଲକର ଆସିବା କଥା ଉଠିବାରୁ ବିଜୁ ଯୁବ ବାହିନୀର ଜଣେ ଉତ୍ସାହୀ କର୍ମୀ ସେଦିନ କଳିଙ୍ଗ ଷ୍ଟାଡିୟମରେ କହୁଥିଲେ, ” ନବୀନ ସାର୍ ଆମର ବଡ଼ ଖେଳାଳି ଥିଲେ। ସେ ହକି, କ୍ରିକେଟ, ଫୁଟବଲ ସବୁ ଖେଳୁଥିଲେ …ଅବଶ୍ୟ ସ୍କୁଲରେ ପଢ଼ୁଥିବା ବେଳେ।” ତହୁଁ ସେଠାରେ ଥିବା ଆଉ ଜଣେ ଯୁବକ କହିଲେ, ” ହଁ, ହେଇଥିବ,ସାର୍ ଏତେ ଡେଙ୍ଗା ଯେ କ୍ରିକେଟ ଖେଳିବା ବେଳେ ସେ ଯେତେବେଳ ପେସ୍ ବୋଲିଂ କରିଥିବେ ନା, ବ୍ୟାଟ୍ସମ୍ୟାନ ତ୍ରାହି ତ୍ରାହି ଡାକିଥିବେ।”

ଏହି ବାର୍ତ୍ତାଳାପ ହେଉଛି ଆଜିର ଏହି କାର୍ଟୁନର ଭିତ୍ତି। କେବଳ ‘ହ୍ୟୁମର୍’ ବା ହାସ୍ୟରସ ଉଦ୍ରେକ କରିବା ପାଇଁ ଏହା ଉଦ୍ଦିଷ୍ଟ।



from Odisha Reporter https://ift.tt/2BpPgnv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages