ନିର୍ଣ୍ଣାୟକ ମୋଡ଼ରେ ପର୍ଥ ଟେଷ୍ଟ୍‌, ଦ୍ୱିତୀୟ ଇନିଂସ୍‌ରେ ଅଷ୍ଟ୍ରେଲିଆ ୧୩୨/୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ନିର୍ଣ୍ଣାୟକ ମୋଡ଼ରେ ପର୍ଥ ଟେଷ୍ଟ୍‌, ଦ୍ୱିତୀୟ ଇନିଂସ୍‌ରେ ଅଷ୍ଟ୍ରେଲିଆ ୧୩୨/୪

ପର୍ଥ: ପ୍ରଥମ ଇନିଂସ୍‌ରେ ୪୩ ରନ୍‌ରେ ଆଗୁଆ ରହିବା ପରେ ଘରୋଇ ଅଷ୍ଟ୍ରେଲିଆ ପର୍ଥରେ ଚାଲିଥିବା ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ଦ୍ୱିତୀୟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ୪ ୱିକେଟ୍‌ ହରାଇ ୧୩୨ ରନ୍‌ କରିଛି। ଏହା ସହ ତୃତୀୟ ଦିନ ସୁଦ୍ଧା ଘରୋଇ ଦଳ ଭ୍ରମଣକାରୀଙ୍କ ଠାରୁ ସମୁଦାୟ ୧୭୫ ରନ୍‌ରେ ଆଗୁଆ ରହିଛି। ମ୍ୟାଚ୍‌ ସରିବା ପାଇଁ ଆହୁରି ୨ ଦିନ ବାକି ଥିବାରୁ ପର୍ଥ ଟେଷ୍ଟ୍‌ରୁ ଏବେ ଫଳାଫଳ ବାହାରିବା ସମ୍ଭାବନା ଉଜ୍ଜ୍ୱଳ ରହିଛି।

ପ୍ରଥମ ଇନିଂସର ଅସମାପ୍ତ ସ୍କୋର୍‌ ୧୭୨/୩ରୁ ଖେଳ ଆରମ୍ଭ କରିଥିବା ବିରାଟ୍‌ ବାହିନୀ ତୃତୀୟ ଦିନ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ସଅଳ ହରାଇଥିଲା। ରାହାଣେ ପୂର୍ବ ଦିନର ସ୍କୋର୍‌ (୫୧)ରେ କୌଣସି ରନ୍ ଯୋଡ଼ିବା ପୂର୍ବରୁ ନେଥନ୍‌ ଲିଅନ୍‌ଙ୍କ ପ୍ରଥମ ଶିକାର ହୋଇଥିଲେ। ପରେ ୫ମ ୱିକେଟ୍‌ ପାଇଁ ୫୦ ରନ୍ ଯୋଡ଼ିବା ପରେ ହନୁମା ବିହାରୀ ହେଜଲ୍‌ଉଡ୍‌ଙ୍କ ଇନିଂସ୍‌ର ଦ୍ୱିତୀୟ ଶିକାର ହୋଇ ପ୍ୟାଭିଲିଅନ୍ ଫେରିବା ବେଳକୁ ମାତ୍ର ୨୦ ରନ୍‌ କରିଥିଲେ। ତେବେ ଏହା ଭିତରେ ଅଧିନାୟକ କୋହଲି ନିଜ କ୍ୟାରିଅର୍‌ର ୨୫ ତମ ଟେଷ୍ଟ୍‌ ଶତକ ହାସଲ କରିଥିଲେ।

ଏହା ଥିଲା ବିରାଟ୍‌ଙ୍କର ଚଳିତ କ୍ୟାଲେଣ୍ଡର୍‌ ବର୍ଷର ୫ମ ଏବଂ ଅଷ୍ଟ୍ରେଲିଆ ମାଟିରେ ଷଷ୍ଠ ଶତକ। ୨୫୭ ବଲ୍‌ରୁ ୧୩ ଚୌକା ଓ ଗୋଟିଏ ଛକା ସହାୟତାରେ ୧୨୩ ରନ୍‌ର ଚିତ୍ତାକର୍ଷକ ପାଳି ଖେଳି ଟିମ୍‌ ଇଣ୍ଡିଆ ଅଧିନାୟକ କୋହଲି କଙ୍ଗାରୁ ଦ୍ରୁତ ବୋଲର୍‌ କମିନ୍‌ସ୍‌ଙ୍କ ବଲ୍‌ରେ ହ୍ୟାଣ୍ଡ୍‌ସ୍କମ୍ବଙ୍କ ଦ୍ୱାରା ଏକ ବିବାଦୀୟ ପରିସ୍ଥିତିରେ ଆଉଟ୍‌ ହୋଇ କ୍ରିଜ୍ ଛାଡ଼ିଥିଲେ। ସେତେବେଳକୁ ଟିମ୍‌ ଇଣ୍ଡିଆ ୬ ୱିକେଟ୍‌ରେ ୨୫୧ ରନ୍‌ କରିଥିଲା। ଏହା ପରେ ଗୋଟିଏ ପଟେ ରିଷଭ୍ ପନ୍ତ କଙ୍ଗାରୁ ଦ୍ରୁତ ବାହିନୀକୁ ପ୍ରତିଆକ୍ରମଣ କରିଥିଲେ ହେଁ ଅନ୍ୟ ପାର୍ଶ୍ୱରେ ନେଥନ୍‌ ଲିଅନ୍‌ ଗୋଟିଏ ପରେ ଅନ୍ୟ ଏକ ଭାରତୀୟ ଟେଲ୍‌ ଏଣ୍ଡର୍‌ ୱିକେଟ୍‌ ଦଖଲ କରି ଚାଲିଥିଲେ।

୫୦ ବଲ୍‌ରୁ ୨ଟି ଚୌକା ଓ ଗୋଟିଏ ଛକା ଜରିଆରେ ୩୬ ରନ୍‌ କରି ପନ୍ତ ଲିଅନ୍‌ଙ୍କ ଚତୁର୍ଥ ଶିକାର ହୋଇଥିଲେ। ଏହା ପରେ ପରେ ବୁମ୍ରାଙ୍କ ୱିକେଟ୍‌ ନେଇ ଇନିଂସ୍‌ର ୫ଟି ୱିକେଟ୍‌ ଦଖଲ ସହ ଲିଅନ୍‌ ପ୍ରଥମ ଇନିଂସ୍‌ରେ ଭାରତକୁ ୨୮୩ ରନ୍‌ରେ ସୀମିତ ରଖିଥିଲେ।

ପ୍ରଥମ ଇନିଂସ୍‌ ଭଳି ଦୁଇ ଓପନର୍‌ ଦ୍ୱିତୀୟ ପାଳିରେ ଘରୋଇ ଦଳକୁ ଦୃଢ଼ ଆରମ୍ଭ ଦେବାକୁ ଯାଉଥିବାବେଳେ ଦ୍ରୁତ ରନ୍‌ ନେବାକୁ ଯାଇ ଡାହାଣ ହାତୀ ଓପନର୍‌ ଫିଞ୍ଚ୍‌ ରିଟାୟାର୍ଡ ହର୍ଟ୍‌ ହୋଇ ପ୍ୟାଭିଲିଅନ୍ ଫେରିଥିଲେ। ସେତେବଳକୁ ବିନା କୌଣସି କ୍ଷତିରେ ଅଷ୍ଟ୍ରେଲିଆ ୩୩ ରନ୍‌ କରିଥିଲା। ଏହା ପରେ ବୁମ୍ରା ଅନ୍ୟତମ ଓପନର୍‌ ବାମହାତୀ ହ୍ୟାରିସ୍‌ଙ୍କୁ ବ୍ୟକ୍ତିଗତ ୨୦ ରନ୍‌ରେ ବୋଲ୍ଡ କରି ଟିମ୍‌ ଇଣ୍ଡିଆକୁ ପ୍ରଥମ ସଫଳତା ଦେଇଥିଲେ। ପରେ ପରେ ପ୍ରଥମ ଇନିଂସ୍‌ରେ ଦମ୍‌ଦାର୍ ପ୍ରଦର୍ଶନ କରିଥିବା ବାମହାତୀ ସନ୍ ମାର୍ଶ(୫)ଙ୍କୁ ମହମ୍ମଦ ଶାମୀ ୱିକେଟ୍ କିପର୍‌ ପନ୍ତଙ୍କ ହାତରେ ଆଉଟ୍‌ କରି ଏହି ମ୍ୟାଚ୍‌ରେ ନିଜ ୱିକେଟ୍ ଖାତା ଖୋଲିଥିଲେ। ୬୪ ରନ୍‌ରେ ଦ୍ୱିତୀୟ ୱିକେଟ୍‌ର ପତନ ପରେ ଈଶାନ୍ତ, ହ୍ୟାଣ୍ଡସ୍କମ୍ବ୍‌(୧୩) ଓ ଶାମୀ, ହିଡ୍‌(୧୯)ଙ୍କ ୱିକେଟ୍ ନେଇ ଘରୋଇ ଦଳକୁ ବ୍ୟାକ୍‌ଫୁଟ୍‌କୁ ନେଇ ଯାଇଥିଲେ। ୧୨୦ ରନ୍‌ରେ ୪ର୍ଥ ୱିକେଟ୍‌ ପଡ଼ିବା ପରେ ଅଧିନାୟକ ଟିମ୍ ପେନ୍‌(୮)ଙ୍କ ସହ ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୧୨ ରନ୍ ଯୋଡ଼ିବା ସହ ବାମହାତୀ ଉସ୍‌ମାନ୍‌ ଖୱାଜା ବ୍ୟକ୍ତିଗତ ୪୧ ରନ୍‌ରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଈଶାନ୍ତ ଓ ବୁମ୍ରା ପ୍ରତ୍ୟେକ ଗୋଟିଏ ଲେଖାଏ ୱିକେଟ୍ ନେଇଥିବାବେଳେ ମହମ୍ମଦ ଶାମୀ ୨ଟି ୱିକେଟ୍‌ ପାଇଛନ୍ତି।

ତୃତୀୟ ଦିନ ସୁଦ୍ଧା ୧୭୫ ରନ୍‌ରେ ଆଗୁଆ ଥିବା ଘରୋଇ ଦଳ ଭାରତ ବିପକ୍ଷରେ ୩୦୦ରୁ ଅଧିକ ରନ୍‌ର ବିଜୟ ଲକ୍ଷ୍ୟ ରଖିବା ପାଇଁ ଖୱାଜା ଓ ଆଙ୍ଗୁଠିରେ ଆଘାତ ପାଇଥିବା ଓପନର୍‌ ଫିଞ୍ଚ୍‌ଙ୍କ ସହ ଅଧିନାୟକ ପେନ୍‌ଙ୍କ ବ୍ୟାଟ୍‌ରୁ ଅଧିକ ରନ୍ ଆଶା କରିବ। ତେବେ ଆହୁରି ୨ ଦିନ ଖେଳ ବାକି ଥିବାରୁ ପର୍ଥ ଟେଷ୍ଟ୍‌ରୁ ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ ( ମ୍ୟାଚ୍ ବାଧାପ୍ରାପ୍ତ ନ ହେଲେ) ହୋଇଛି।

ପ୍ରଥମ ମ୍ୟାଚ୍ ଜିତି ଭାରତ ଏବେ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।



from Odisha Reporter https://ift.tt/2GeUcB4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages