ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ ଜିତି ଇତିହାସ ରଚିଲେ ସିନ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ ଜିତି ଇତିହାସ ରଚିଲେ ସିନ୍ଧୁ

ଗୁଆଞ୍ଝୋଉ: ରବିବାର ୨୦୧୭ ବିଶ୍ୱ ଚାମ୍ପିଅନ୍‌ ନୋଜୋମୀ ଓକୁହାରାଙ୍କୁ ହରାଇ ୱାର୍ଲ୍ଡ ଟୁର୍‌ ଟାଇଟଲ୍‌ ହାସଲ କରିଛନ୍ତି ପିଭି ସିନ୍ଧୁ। ୭ଥର ଫାଇନାଲ୍‌ରେ ପରାଜୟ ପରେ ଏହି ସିଧାସଳଖ ବିଜୟ ସହିତ ସେ ଏପରି ଚାମ୍ପିଅନ୍‌ ହେବାରେ ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଛନ୍ତି।

ସେ ୨୧-୧୯ ୨୧-୧୭ ସେଟ୍‌ରେ ଏହି ମ୍ୟାଚ୍‌ ଜିତିଛନ୍ତି, ଯାହାକି ଏକ ଘଣ୍ଟା ୨ ମିନିଟ୍‌ ଯାଏ ଖେଳାଯାଇଥିଲା। ଖେଳ ଆରମ୍ଭରୁ କିଛି ଭୁଲ୍‌ ପାଇଁ ଓକୁହାରା ପଛରେ ପଡ଼ିଯାଇଥିଲେ ଏବଂ ସିନ୍ଧୁ ଏହାର ଫାଇଦା ନେଇଥିଲେ।

ଚଳିତ ବର୍ଷ ସେ ତିନୋଟି ଟ୍ରଫିରେ ଫାଇନାଲରେ ପହଞ୍ଚି ସୁଦ୍ଧା ଲଗାତାର ୩ଥର ହାରି ସାରିଥିଲେ। ଗତ ଅଲିମ୍ପିକ୍ସରେ ଆକେନେ ଆମାଗୁଚିଙ୍କଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ।

ଏହା ତାଙ୍କ କ୍ୟାରିଅର୍‌ର ୧୪ତମ ଟାଇଟଲ୍ ଏବଂ ଚଳିତ ବର୍ଷର ପ୍ରଥମ। ଏହା ପୂର୍ବରୁ ସେ ବିଶ୍ୱ ଚାମ୍ପିଅନ୍‌ଶିପ୍‌, ଏସିଆନ୍‌ ଗେମ୍ସ, କମନ୍‌ୱେଲ୍‌ଥ ଗେମ୍ସ, ଥାଇଲାଣ୍ଡ ଓପନ୍‌ ଏବଂ ଇଣ୍ଡିଆ ଓପନ୍‌ରେ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ସିନ୍ଧୁ ପୂର୍ବରୁ ଅଲିମ୍ପିକ୍‌ ଏବଂ ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ରୌପ୍ୟ ହାସଲ କରିସାରିଛନ୍ତି।



from Odisha Reporter https://ift.tt/2QTDT0S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages