ଆସନ୍ତାକାଲିଠୁ ବିଜେପିର ‘ଜବାବ ମାଗୁଛି ଓଡ଼ିଶା’ ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଆସନ୍ତାକାଲିଠୁ ବିଜେପିର ‘ଜବାବ ମାଗୁଛି ଓଡ଼ିଶା’ ଆନ୍ଦୋଳନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ‘ଜବାବ ମାଗୁଛି ଓଡ଼ିଶା’ ଆନ୍ଦୋଳନ ଆରମ୍ଭ ହେବ। ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଦୀର୍ଘ ୪୦ବର୍ଷ ଧରି ଦୁଇ ପଟ୍ଟନାୟକ ପରିବାର ଓଡ଼ିଶାକୁ ଅଣଦେଖା ଓ ଲୁଣ୍ଠନ କରିଛନ୍ତି। ଖଣିଜ ସମ୍ପଦକୁ ଲୁଟ୍ କରିବା ସହ ଯୁବକଙ୍କୁ ବେରୋଜଗାର ଓ ମହିଳାଙ୍କୁ ଅସମ୍ମାନ କରିଛନ୍ତି। ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟ ଉପରେ ଉଚିତ୍ ମୂଲ୍ୟ ଓ କ୍ଷେତକୁ ପାଣି ଦେବାରେ ସକ୍ଷମ ହୋଇନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଞ୍ଚରୁ ଗତକାଲି ଏହି ଜବାବ ମାଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସ୍ୱରକୁ ଶାଣିତ କରିବା ପାଇଁ ଭାରତୀୟ ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ବରମୁଣ୍ଡା ପଡ଼ିଆରେ ‘ଜବାବ ମାଗୁଛି ଓଡ଼ିଶା’ ଆନ୍ଦୋଳନ ଆରମ୍ଭ ହେବ।

ନୂଆ ଟେକ୍ନୋଲୋଜି ମାଧ୍ୟମରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟର ପ୍ରତ୍ୟେକ ଗାଁ, ଗଳିକନ୍ଦି,ସହର ଓ ସାଢ଼େ ୪କୋଟି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସ୍ୱର ପାଲଟିବ। ଓଡ଼ିଶାରେ ପରିବର୍ତ୍ତନ ଓ ନୂଆ ଓଡ଼ିଶା ଗଠନ ଦିଗରେ ଏହା ସହାୟକ ହେବ। ଏଥିପାଇଁ ପ୍ରତ୍ୟେକ ଗାଁ ଗହଳିରେ ରଥ ବୁଲିବା ସହ ଭିିଡିଓ ରେକର୍ଡିଂ, ଭଏସ ରେକର୍ଡିଂ କରାଯାଇ ସାଧାରଣ ଲୋକଙ୍କ ମନରେ ଥିବା ପ୍ରଶ୍ନକୁ ସମସ୍ତଙ୍କ ନିକଟରେ ପହଞ୍ଚଇବାର କାମ ରାଜ୍ୟ ବିଜେପି ଯୁବମୋର୍ଚ୍ଚା କରିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।



from Odisha Reporter http://bit.ly/2Q1j0Mw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages