ଆଲୋଚନା ଶେଷ: ଖୁବ୍‌ ଶୀଘ୍ର କୃଷି ଋଣ ଛାଡ଼ କରିପାରନ୍ତି ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଆଲୋଚନା ଶେଷ: ଖୁବ୍‌ ଶୀଘ୍ର କୃଷି ଋଣ ଛାଡ଼ କରିପାରନ୍ତି ମୋଦି

ନୂଆଦିଲ୍ଲୀ:ତିନି ରାଜ୍ୟରେ ଶୋଚନୀୟ ପରାଜୟ ଏବଂ ଲୋକସଭା ନିର୍ବାଚନକୁ ଆଖିଆଗରେ ରଖି ମୋଦି ସରକାର ଚାଷୀମାନଙ୍କୁ ଖୁସି କରିବା ଯୋଜନାରେ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଖୁବ୍‌ ଶୀଘ୍ର ଚାଷୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି ମୋଦି। ଏଥିପାଇଁ ବୁଧବାର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀମାନଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି।

ଏହି ବୈଠକରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଏବଂ କୃଷିମନ୍ତ୍ରୀ ରାଧା ମୋହନ ସିଂହ ଉପସ୍ଥିତ ଥିଲେ। କୁହାଯାଉଛି କୃଷକଙ୍କୁ ଆଶ୍ୱସ୍ତି ଦେବା ଲାଗି ଏହି ବୈଠକ ପ୍ରାୟ ଅଢେଇ ଘଣ୍ଟା ଧରି ହୋଇଥିଲା। ଏହି ବୈଠକରେ କୃଷକଙ୍କ ଲାଗି ଅନେକ ଯୋଜନା ସମ୍ପର୍କରେ ଆଲୋଚନା ହେବା ସହ ଖୁବ୍‌ ଶୀଘ୍ର ମୋଦି ସରକାର ଏକ ବଡ଼ ପ୍ୟାକେଜ୍‌ ଘୋଷଣା କରିପାରନ୍ତି।

ଯେଉଁଥିରେ ଚାଷୀମାନଙ୍କ ଲାଗି କୃଷି ଋଣ ଛାଡ଼ ମଧ୍ୟ ରହିପାରେ। ସେହିପରି ଫସଲର ଦାମ୍‌ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯିବା ଏବଂ ଚାଷୀ ହିତକର ଯୋଜନା ଘୋଷଣା କରାଯିବା ନେଇ ବିଚାର କରାଯାଉଛି। ନିକଟରେ ନିର୍ବାଚନ ଜିତିବା ପରେ କଂଗ୍ରେସ ସରକାର ଗଠନ କରିବା ସହ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ  କୃଷି ଋଣ ଛାଡ଼ କରିଛନ୍ତି। ଏହା ପରେ କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ ଚାପ ପଡ଼ି ଆସୁଛି।



from Odisha Reporter http://bit.ly/2Q4kqWP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages