ମହାରଥୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ମହାରଥୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

tomato

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ଆଜି ମହିଳା କଂଗ୍ରେସ କର୍ମୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି।

ପିପିଲି ଦୁର୍ଷ୍କମ ପୀଡ଼ିତାଙ୍କୁ ନେଇ ମହାରଥୀ ଦେଇଥିବା ବିବାଦୀୟ ବୟାନକୁ ବିରୋଧ କରି ମହିଳା କଂଗ୍ରେସ କର୍ମୀମାନେ ତାଙ୍କ ବାସଭବନ ସମ୍ମୁଖରେ ଝାଡ଼ୁ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ।

ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ଝାଡ଼ୁ ଧରି ମନ୍ତ୍ରୀଙ୍କ ଘର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ୍‌ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଫଳରେ ପୁଲିସ୍‌ ଓ ମହିଳା କଂଗ୍ରେସର କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମନ୍ତ୍ରୀ କ୍ଷମା ମାଗିବା ସହ ଇସ୍ତଫା ଦିଅନ୍ତୁ ବୋଲି ମହିଳା କଂଗ୍ରେସ ଦାବି କରିଛି।

ଜଣେ କର୍ମୀ କହିଛନ୍ତି,“ସବୁବେଳେ ମହିଳାଙ୍କ ବିରୋଧରେ କହୁଥିବା ମନ୍ତ୍ରୀ ପ୍ରଦୀପ ମହରାଥୀଙ୍କୁ ମାଡ଼ ଦରକାର। ଆମେ ଆଜି ଟମାଟୋ ଓ ଅଣ୍ଡା ଫୋପାଡ଼ିଛୁ, ହେଲେ ତାଙ୍କୁ ଚପଲ ମାଡ଼ ଦରକାର। ନାରୀକୁ ସମ୍ମାନ ଦିଆଯାଉଛି ବୋଲି ନବୀନ ପଟ୍ଟନାୟକ କାନ୍ଦଣା କାନ୍ଦୁଛନ୍ତି। ହେଲେ ଏଠି ନାରୀର ଧର୍ଷଣ ଚାଲିଛି।”

ସେହିପରି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମହାରଥୀଙ୍କୁ ୨୪ ଘଣ୍ଟା ଭିତରେ ବହିଷ୍କାର କରିବା ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି। ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ବହିଷ୍କାର କରା ନଗଲେ ବିଜେପି ରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି। ମନ୍ତ୍ରୀ ପ୍ରଦୀପ ମହାରଥୀ ଏଭଳି ମନ୍ତବ୍ୟ ଦେଇ ସମ୍ବେଦନହୀନତାର ପରିଚୟ ଦେଇଥିବା ଦଳ କହିଛି।

ପିପିଲି ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ପରେ ପୀଡ଼ିତାକୁ ନ୍ୟାୟ ମିଳିଥିବା କହିଥିଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ।

ପ୍ରମାଣ ଅଭାବରୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଦୋଷମୁକ୍ତ କରିବା ପରେ ସେ କହିଥିଲେ, ପୀଡ଼ିତା ପାଇଁ ମୁଁ ଦୁଃଖିତ। ରାୟକୁ ସମ୍ମାନ ଦେଉଛି। ସତ କେବେ ଲୁଚି ରହେନି। ଆଜି ସତ୍ୟର ବିଜୟ ହୋଇଛି। ସତ ସତ ଓ ମିଛ ମିଛ ଜଣାପଡ଼ିଛି। ଆଜି କ୍ଷୀର ପାଣି ଅଲଗା ହୋଇଯାଇଛି। ପୀଡ଼ିତାକୁ ନ୍ୟାୟ ମିଳିଛି।

ମହାରଥୀ ଆହୁରି କହିଥିଲେ ଯେ, ପୀଡ଼ିତାକୁ ‘ସମୟ’ ମାରି ଦେଇଛି। ଯଦି ଘଟଣାକୁ କିଏ କଦର୍ଥ କରୁଥାଏ, ତାହାହେଲେ ସିଏ ଆପଣମାନେ(ମିଡିଆ)। ଆଗରୁ କହୁଥିଲି ଓ ଏବେ ମଧ୍ୟ କହୁଛି ପୀଡ଼ିତାକୁ କିଏ ମାରିଲା ଜାଣିନି? ମାତ୍ର ତାକୁ ଯଦି କିଏ ମାରିଥାଏ, ସେ ହେଉଛନ୍ତି ଆପଣମାନେ(ମିଡିଆ)। ମିଛ କଥାକୁ ପ୍ରଚାର ନକରିବା ପାଇଁ ସେତେବେଳେ ମୁଁ କହିଥିଲି। ଦିନେ ନା ଦିନେ ସତ୍ୟର ବିଜୟ ହେବ ବୋଲି ଆଗରୁ କହିଥିଲି। ତାହା ଆଜି ସତ୍ୟରେ ପରିଣତ ହୋଇଛି। ଛବିରାଣୀର ବିଜୟ ହୋଇଥିଲା। ଆଜି ବେବିନାର ମଧ୍ୟ ବିଜୟ ହୋଇଛି।

ଲୋକ ପ୍ରତିନିଧି ହିସାବରେ ରହସ୍ୟ ଜାଣିବାକୁ ଚାହିଁବେନି କି ବୋଲି ପ୍ରଶ୍ନ କରାଯିବାରେ ମହାରଥୀ କହିଥିଲେ-“ମୋର କ’ଣ ଦରକାର। ଜଣେ ଲୋକ ପ୍ରତିନିଧି ହିସାବରେ ମୋ ପାଖରେ ବହୁତ କାମ ରହିଛି। ମୁଁ ଏପରି କାମରେ ନିଜକୁ କେବେ ଅର୍ନ୍ତଭୁକ୍ତ କରିବାକୁ ଚାହେଁନି।”



from Odisha Reporter http://bit.ly/2QPt2Wg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages