ପୂଜାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ, ବୁର୍ଲା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ପୂଜାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ, ବୁର୍ଲା ବନ୍ଦ

VIMSAR-Dire67777

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ୧୨ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଛି। ବୁର୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ରହିଛି । ଏହାସହ ସରକାରୀ ଅଫିସ୍‌, ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କ ବନ୍ଦ ରହିଛି। ପେଟ୍ରୋଲ୍‌ ପମ୍ପ ଛକରେ ଆନ୍ଦୋକାରୀମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବନ୍ଦକୁ ବିଭିନ୍ନ ନାଗରିକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି।

ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ତାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ଗତକାଲି ସମାନ ଦାବିରେ ବିଜେପି ଯୁବମୋର୍ଚ୍ଚା ତରଫରୁ ସମ୍ବଲପୁର ଗୋଲ ବଜାର ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

77888m,m.,,

ପୂଜାହାରୀଙ୍କୁ ସରକାର ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେବା ସହିତ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ନୋଟିସ୍‌ର ଜବାବ ନ ଦେଲେ ତାଙ୍କ କିଛି କହିବାର ନାହିଁ ବୋଲି ଭାବି ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏଥିରେ ଦର୍ଶାଇଛନ୍ତି।

ବୁର୍ଲା ବଡ଼ ମେଡିକାଲ୍‌ର ଜୁନିଅର ଡାକ୍ତରମାନେ ତାଙ୍କୁ ହଟାଇବାକୁ ଦାବି କରିଥିଲେ। ଲୁଣ ଥେରାପି ହେଉ ଅବା ରୋଗୀଙ୍କୁ ଲଣ୍ଡା କରିବା ହେଉ, ଏସବୁ ପାଇଁ ପୂଜାହାରୀ ବିବାଦୀୟ ହୋଇପଡ଼ିଥିଲେ। ଏହା ସହିତ ବିଭିନ୍ନ ସମୟରେ ସେ ନେଇଥିବା ପଦକ୍ଷେପକୁ ଜୁନିଅର ଡାକ୍ତରମାନେ ବିରୋଧ କରିଥିଲେ।



from Odisha Reporter https://ift.tt/2PwftG1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages