‘କୋମଲିକା’ଙ୍କୁ ରିପ୍ଲେସ୍‌ କରିବେ ଏହି ଅଭିନେତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

‘କୋମଲିକା’ଙ୍କୁ ରିପ୍ଲେସ୍‌ କରିବେ ଏହି ଅଭିନେତ୍ରୀ!

heeeena

ମୁମ୍ବାଇ: ‘ଷ୍ଟାର୍‌ପ୍ଲସ୍‌’ର ଲୋକପ୍ରିୟ ହିନ୍ଦୀ ସିରିଆଲ୍‌ ‘କସୌଟୀ ଜିନ୍ଦେଗୀ-୨’ରେ ଏବେ ଜବରଦସ୍ତ ଡ୍ରାମା ଚାଲିଛି।  କିନ୍ତୁ ଏସବୁ ଭିତରେ ଏହି ସିରିଆଲ୍‌ର ଜଣେ ପ୍ରମୁଖ ଚରିତ୍ରଙ୍କୁ ଏବେ ଆଉ ଦେଖିବାକୁ ମିଳୁନାହିଁ।

ଆଜ୍ଞା ହଁ, ଆମେ କହୁଛୁ ଧାରାବାହିକର ଅନ୍ୟତମ ଚର୍ଚ୍ଚିତ ଚରିତ୍ର କୋମଲିକା ତଥା ହୀନା ଖାନ୍‌ଙ୍କ କଥା । ପ୍ରଯୋଜିକା ଏକ୍‌ତା କପୁର୍‌ କିଛି ଏପିସୋଡ୍‌ ପୂର୍ବରୁ ଏଥିରେ ହୀନାଙ୍କୁ ଏଣ୍ଟ୍ରି କରାଇଥିଲେ। କନ୍ତୁ ଦୀର୍ଘ ଦିନ ଧରି  ହୀନା ସିରିଆଲ୍‌ରୁ ଗାଏବ୍‌ ଅଛନ୍ତି। ଏବେ ପୁଣି ଶୁଣିବାକୁ ମିଳୁଛି ଯେ ସିରିଆଲ୍‌ରେ ଆଉ ଜଣେ ଅଭିନେତ୍ରୀ ଏଣ୍ଟ୍ରି ମାରିବେ।

henaଏମିତି ବି ଏକ ଖବର ଶୁଣିବାକୁ ମିଳୁଛି ଯେ ହୀନା ତାଙ୍କ ଡେବ୍ୟୁ ଫିଲ୍ମ ‘ଲାଇନ୍ସ’ର ଶୁଟିଂରେ ଏବେ ବ୍ୟସ୍ତ ଅଛନ୍ତି। ତେଣୁ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଭାବୁଥିବେ ଯେ ବୋଧହୁଏ ସେ ଆଉ ଏହି ଧାରାବାହିକରେ କାମ କରିବେନି। କିନ୍ତୁ ବାସ୍ତବରେ ସେମିତି କିଛି ନୁହେଁ।

ଆଗାମୀ ଏପିସୋଡ୍‌ରେ ପୁଣି ହୀନାଙ୍କୁ ଦେଖିବାକୁ ମିଳିବ। କିନ୍ତୁ କାହାଣୀକୁ ଆଉ ଟିକେ ଚିତ୍ତାକର୍ଷକ କରିବାକୁ ସିରିଆଲ୍‌ର ଏକ ଚରିତ୍ରରେ ଜଣେ ନୂଆ ଅଭିନେତ୍ରୀଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଏହି ଅଭିନେତ୍ରୀ ହେଉଛନ୍ତି କୋମଲିକାଙ୍କ ଭଉଣୀ। ସେ ଅନୁରାଗ ଓ ପ୍ରେରଣାଙ୍କ ଜୀବନରେ  ଝଡ଼ ସୃଷ୍ଟି କରୁଥିବାର ଦେଖିବାକୁ ମିଳିବ। ଏହି ଚରିତ୍ରରେ ଅଭିନୟ କରିବେ ଏରିଆ ଦେ।

ସୂଚନାଯୋଗ୍ୟ ଯେ ‘କସୌଟୀ ଜିନ୍ଦେଗୀ-୨’ର ନିର୍ମାତା ଦୀର୍ଘଦିନରୁ ଏଭଳି ଚରିତ୍ରର ସନ୍ଧାନରେ ଥିଲେ। ଏବ ସେହି ଇଚ୍ଛା ପୂରଣ ହେବାକୁ ଯାଉଛି।



from Odisha Reporter https://ift.tt/2EbTKkr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages