ସୂଚନା କମିଶନର ପଦବୀ ପୂରଣ ପାଇଁ କଣ କରିଛ? ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ସୂଚନା କମିଶନର ପଦବୀ ପୂରଣ ପାଇଁ କଣ କରିଛ? ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

supremecourt

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଖାଲି ପଡ଼ିଥିବା ସୂଚନା କମିଶନର ପଦବୀ ପୂରଣ ନେଇ କଣ ପଦକ୍ଷେପ ନେଉଛ? ୭ ଦିନ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ସେହିପରି କେଉଁ ଉପାୟରେ ପଦବୀ ପୂରଣ କରାଯିବ, ସେନେଇ ତଥ୍ୟ ଦେବାକୁ ମଧ୍ୟ କୋର୍ଟ କହିଛନ୍ତି। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦାୟର କରିଥିବା ପିଟିସନର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ୮ଟି ସୂଚନା କମିଶନର ପଦ ଏବେ ଖାଲି ପଡ଼ିଛି। ମୁଖ୍ୟ କମିଶନରଙ୍କୁ ମିଶାଇ ମାତ୍ର ତିନି ଜଣ ସୂଚନା କମିଶନର କାର୍ଯ୍ୟ କରୁଛନ୍ତି। ଏମାନେ ହେଲେ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ର, ଶଶିପ୍ରଭା ବିନ୍ଧାଣୀ ଓ ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ତେଣେ ସୂଚନା କମିଶନର ପଦବୀ ପୂରଣ କରାଯାଉନଥିବାରୁ ୨୦୧୭ ଅକ୍ଟୋବର ୩୧ ସୁଦ୍ଧା ୧୦ ହଜାରରୁ ଅଧିକ ଆବେଦନ ଓ ଅଭିଯୋଗର ବିଚାର ହୋଇପାରିନାହିଁ।

ତେବେ ୬ ମାସ ଭିତରେ ଗୋଟିଏ ପୋଷ୍ଟ ପୂରଣ ଲାଗି ଗତ ସେପ୍ଟେମ୍ବର ୨୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ସତ୍ୟପାଠରେ କୁହାଯାଇଥିଲା। ମାତ୍ର ଏଯାଏ ସରକାର ପ୍ରତିଶ୍ରୁତି ପୂରଣ କରିନାହାନ୍ତି।



from Odisha Reporter https://ift.tt/2zKFTyF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages