
ବଡ଼ବିଲ(ଓଡ଼ିଶା ରିପୋର୍ଟର):ସମାଜରୁ ଅନ୍ଧବିଶ୍ଵାସ ଓ କୁସଂସ୍କାର ଦୂରୀକରଣ ପାଇଁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ ଫାଉଣ୍ଡେସନ୍ (ଜେଏସ୍ପିଏଲ)ବଡ଼ବିଲ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଦେଓଝର ପଞ୍ଚାୟତର କୁଲଡ଼ୁମ,ସିଆଳିଯୋଡ଼ା, ଗୋବର୍ଦ୍ଧନପୁର, ମହାଦେବନସା, ଦେଓଝର, ମୁର୍ଗା ଏବଂ ଠାକୁରାଣୀକୁ ମିଶାଇ ସାତଟି ଗ୍ରାମରେ ପଥପ୍ରାନ୍ତ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏକ ପେସାଦାର ନାଟ୍ୟସଂସ୍ଥା ଦ୍ୱାରା ପଶୁବଳି ଏବଂ ଡାହାଣୀ ଭଳି ଅନ୍ଧବିଶ୍ଵାସ ଦୂର କରିବା ପାଇଁ ସାତଟି ଗ୍ରାମର ୧୨ଟି ସ୍ଥାନରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ନିରୀହ ପଶୁପକ୍ଷୀମାନଙ୍କୁ ବଳି ଦେଇ ରୋଗ ଉପଶମ ହେବାର ଅନ୍ଧବିଶ୍ଵାସ ବହୁ ଦିନରୁ ରହି ଆସିଥିବାରୁ,ଏହି ବିଷୟବସ୍ତୁ ଉପରେ ଆଧାରିତ ନାଟକ ଦେଖଣାହାରୀଙ୍କ ମଧ୍ୟରେ କୌତୁହଳ ଏବଂ ଉତ୍ସାହ ସୃଷ୍ଟି କରିଥିଲା।
ଏହି ନାଟକ ମାଧ୍ୟମରେ ଲୋକମାନଙ୍କୁ ସତ୍ୟ, ଅନ୍ଧବିଶ୍ଵାସ, ପୁରାତନ ପ୍ରଥା ଏବଂ ବିଶ୍ୱାସ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେଓଝର ସରପଞ୍ଚ ମଙ୍ଗଲ ମୁଣ୍ଡା କହିଲେ ଯେ, ଜେଏସ୍ପିଏଲ ଫାଉଣ୍ଡେସନର ଏଭଳି ଏକ ପ୍ରୟାସ ପ୍ରଶଂସନୀୟ। କାର୍ଯ୍ୟକ୍ରମରେ ଦେଓଝର ପଞ୍ଚାୟତର ପୂର୍ବତନ ସରପଞ୍ଚ ଜନାର୍ଦ୍ଦନ ନାୟକଙ୍କ ସହ ଫାଉଣ୍ଡେସନ୍ର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।
from Odisha Reporter https://ift.tt/2PlzE9m
No comments:
Post a Comment