ଭାରତୀୟ ମହିଳା କ୍ରିକେଟ୍‌ ଦଳର କୋଚ୍‌ ପାଇଁ ତ୍ରିମୁଖୀ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ଭାରତୀୟ ମହିଳା କ୍ରିକେଟ୍‌ ଦଳର କୋଚ୍‌ ପାଇଁ ତ୍ରିମୁଖୀ ଲଢ଼େଇ

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ପଦ ପାଇଁ ତିନି ଜଣିଆ ସଂକ୍ଷିପ୍ତ ତାଲିକା ଚୂଡ଼ାନ୍ତ ହୋଇଛି। ଏହି  ତାଲିକାରେ ସାଉଥ୍ ଆଫ୍ରିକାର ପୂର୍ବତନ ତାରକା ଖେଳାଳି ତଥା ୨୦୧୧ ୱାର୍ଲଡ୍‌ କପ୍‌ ବିଜେତା ଟିମ୍‌ ଇଣ୍ଡିଆର କୋଚ୍‌ ଗ୍ୟାରୀ କିର୍ଷ୍ଟେନ୍‌ଙ୍କ ସହ ପୂର୍ବତନ ଭାରତୀୟ ଖେଳାଳି ଡବ୍ଲ୍ୟୁଭି ରମଣ୍‌ ଓ ଭେଙ୍କଟେଶ୍‌ ପ୍ରସାଦ ସ୍ଥାନ ପାଇଛନ୍ତି। ଭାରତୀୟ ମହିଳା ଦଳର କୋଚ୍‌ ରମେଶ୍ ପାୱାର୍‌ଙ୍କ କାର୍ଯ୍ୟକାଳ ଗତ ନଭେମ୍ବର ୩୦ରେ ପୂରି ଯିବା ପରେ ବିସିସିଆଇ ତାଙ୍କ ଚୁକ୍ତି ଅବଧି ଆଉ ବଢ଼ାଇ ନ ଥିଲା।

ବିସିସିଆଇ ଦ୍ୱାରା ଗଠିତ ତିନି ଜଣିଆ ଆଡ୍‌ହକ୍‌ କମିଟି ପ୍ରଥମେ ୨୮ ଜଣ ଆବେଦନକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ସାକ୍ଷାତକାର ପାଇଁ ଚୟନ କରିଥିଲା। ଏହି ୧୦ ଜଣିଆ ତାଲିକାରେ ପାୱାର୍‌ ଓ ପ୍ରଭାକର୍‌ ସ୍ଥାନ ପାଇ ଥିଲେ ଏବଂ ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ଇଣ୍ଟରଭ୍ୟୁ ପାଇଁ ଆସିଥିଲେ। ତେବେ ଗୁରୁବାର ଆଡହକ୍‌ କମିଟି ବିସିସିଆଇକୁ ସୁପାରିଶ କରିଥିବା ତିନି ଜଣିଆ ସଂକ୍ଷିପ୍ତ ତାଲିକାରେ ଏ ଦୁହିଁଙ୍କୁ ସ୍ଥାନ ମିଳି ନାହିଁ।

ଅଂଶୁମାନ ଗାଏକୱାର୍ଡଙ୍କ ଅଧ୍ୟକ୍ଷତାରେ ଗଢ଼ା ଯାଇଥିବା ମହିଳା କ୍ରିକେଟ୍‌ ଦଳର କୋଚ୍‌ ଚୟନ ପାଇଁ ଏହି କମିଟିରେ କିମ୍ବଦନ୍ତୀ କ୍ରିକେଟର୍‌ କପିଲ୍ ଦେବ ମଧ୍ୟ ସଦସ୍ୟ ଅଛନ୍ତି। କମିଟି ସୁପାରିସ କରିଥିବା ତିନି ଜଣିଆ ତାଲିକାରୁ ବିସିସିଆଇ ଜଣଙ୍କୁ ଚୂଡ଼ାନ୍ତ କରିବ।

ନିଜ କ୍ୟାରିୟର୍‌ରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବାମହାତୀ ଓପନର୍‌ ଭାବେ ଗଣା ଯାଉଥିବା ଗ୍ୟାରୀ କିର୍ଷ୍ଟେନ୍‌ ପୂର୍ବରୁ ୨୦୧୧ ବିଶ୍ୱକପ୍‌ ବିଜୟୀ ଟିମ୍ ଇଣ୍ଡିଆ କୋଚ୍ ଦାୟିତ୍ୱ ତୁଲାଇଥିଲେ। ଏହା ସହ ଆଇପିଏଲ୍‌ ଟିମ୍‌ ଦିଲ୍ଲୀ ଡେୟାର୍ ଡେଭିଲ୍‌ସର କୋଚ୍‌ ଏବଂ ଏବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କୋଚ୍ ଓ ମେଣ୍ଟର୍‌ ଭୂମିକା ତୁଲାଉଛନ୍ତି। କିର୍ଷ୍ଟେନ୍‌ଙ୍କ ସହ ତିନି ଜଣିଆ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିବା ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍‌ ଡବ୍ଲ୍ୟୁଭି ରମଣ୍‌ ଦେଶର ବିଭିନ୍ନ ରଣଜୀ ଟିମ୍‌କୁ କୋଚିଂ ଦେଇଛନ୍ତି। ସେହିପରି ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ଭେଙ୍କଟେଶ୍ ପ୍ରସାଦ ପୂର୍ବରୁ ୨ ବର୍ଷ ପାଇଁ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳର ସମ୍ଭାବ୍ୟ କୋଚ୍ ପଦ ପାଇଁ ସାଉଥ୍‌ ଆପ୍ରିକାର ପୂର୍ବତନ ଓପନର୍‌ ହରଶେଲ୍ ଗିବ୍ସ୍‌ଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା। ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମି ଫାଇନାଲ୍‌ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରୁ ପୂର୍ବତନ ଅଧିନାୟିକା ମିତାଲି ରାଜ୍‌ଙ୍କୁ ବାଦ୍‌ ଦେବା ଘଟଣାରେ କୋଚ୍ ରମେଶ୍‌ ପାୱାର୍‌ଙ୍କ ବିବାଦୀୟ ଭୂମିକାକୁ ନେଇ ବିସିସିଆଇ ତାଙ୍କ ଚୁକ୍ତି ଅବଧି ବଢ଼ାଇ ନ ଥିଲା।

ଜାନୁଆରୀ ୨୪ରୁ ନ୍ୟୁଜିଲ୍ୟାଣ୍ଡ୍‌ ବିରୋଧରେ ଆରମ୍ଭ ହେବାକୁ ଥିବା ଦ୍ୱିପାକ୍ଷିକ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ୍‌ ପାଇଁ ଶୁକ୍ରବାର ଭାରତୀୟ ମହିଳା ଦଳ ଘୋଷଣା ହେବାର ସମ୍ଭାବନା ରହିଛି।



from Odisha Reporter https://ift.tt/2EzUX5a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages