କୃଷି ଋଣ ଛାଡ଼ : ମୁଖ୍ୟମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କ କଥାରେ ତାଳମେଳ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

କୃଷି ଋଣ ଛାଡ଼ : ମୁଖ୍ୟମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କ କଥାରେ ତାଳମେଳ ନାହିଁ

bjd

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷି ଋଣ ଛାଡ଼ ପ୍ରସଙ୍ଗରେ ରାଜ୍ୟର ବିଜେଡି ସରକାର ଉପରେ କଂଗ୍ରେସ ଓ ବିଜେପି ଚାପ ବଢ଼ାଇବାରେ ଲାଗିଛନ୍ତି। ନିର୍ବାଚନୀ ବର୍ଷରେ ଚାଷୀଙ୍କ ଭୋଟ୍ ହାତେଇବା ପାଇଁ କଂଗ୍ରେସ ଓ ବିଜେପିର ଏହି ଚାପ ଏବେ ବିଜେଡି ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ କୃଷି ଋଣ ଛାଡ଼ ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ କଥାରେ ତାଳମେଳର ଅଭାବ ଦେଖିବାକୁ ମିଳିଛି।

କୃଷି ଋଣ ଛାଡ଼ ସମ୍ପର୍କରେ ଅନୁଧ୍ୟାନ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବାର ୨୪ ଘଣ୍ଟା ନପୁରୁଣୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ଭିନ୍ନ ମତ ଦେଇଛନ୍ତି। ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କୃଷି ଋଣ ଛାଡ଼କୁ ନେଇ ସମଗ୍ର ଦେଶରେ ଯେଉଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ସେଥିରେ ଓଡ଼ିଶା ସରକାର ନାହାନ୍ତି। କଂଗ୍ରେସର ନାଁ ନନେଇ ସେ କଂଗ୍ରେସକୁ କଟାକ୍ଷ କରିଥିବାବେଳେ କୃଷି ଋଣ ଛାଡ଼ ପ୍ରସଙ୍ଗରେ ଭାରତ ସରକାର ଏକ ନୀତି ପ୍ରଣୟନ କରିବା ଉଚିତ୍ ବୋଲି କହିଛନ୍ତି। କେନ୍ଦ୍ର ସରକାର ଶିଳ୍ପପତିଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଛାଡ଼ କରୁଥିବାବେଳେ ଚାଷୀଙ୍କ ପାଇଁ କାହିଁକି କରିବେ ନାହିଁ ବୋଲି କହି କେନ୍ଦ୍ର ଉପରେ ଦୋଷ ଲଦିବାକୁ ଉଦ୍ୟମ କରିଛନ୍ତି।

ଅନ୍ୟପକ୍ଷରେ କୃଷି ଋଣ ଛାଡ଼ ପ୍ରସଙ୍ଗରେ ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପୁଣିଥରେ ଉଭୟ ବିଜେଡି ଓ ବିଜେପି ସରକାର ଉପରେ ବର୍ଷିଛନ୍ତି । ଟ୍ୱିଟର ମାଧ୍ୟମରେ ମତ ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ୬୫୭୦ଦିନ ମଧ୍ୟରେ ବିଜେଡ଼ି ସରକାର ଚାଷୀଙ୍କ ଋଣ ଟଙ୍କାଟିଏ ବି ଛାଡ଼ କରିନାହିଁ। ଗତ ୧୮ବର୍ଷ ମଧ୍ୟରେ ଓଡ଼ିଶାର ଚାଷୀଙ୍କ କଲ୍ୟାଣ ପାଇଁ ବିଜେଡି କେବେବି ଚିନ୍ତା କରିନି। କିନ୍ତୁ କଂଗ୍ରେସ ସରକାର ମାତ୍ର ଦୁଇଦିନ ମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କୃଷି ଋଣ ଛାଡ଼ କରିଛନ୍ତି। ବିଜେପି ସରକାର ୫ବର୍ଷ ମଧ୍ୟରେ ଯାହା କରିନଥିଲା କଂଗ୍ରେସ ୫ ଘଣ୍ଟା ମଧ୍ୟରେ ତାହା କରି ଦେଖାଇଛି। ଓଡ଼ିଶାରେ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ମାତ୍ର ୫ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କରାଯିବ ବୋଲି ନିରଞ୍ଜନ ଘୋଷଣା କରିଛନ୍ତି।

ସେହିପରି ବିଜେପି ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର କହିଛନ୍ତି, ରାଜ୍ୟର ଚାଷୀ ଏବେ କେବଳ ରାଜ୍ୟ ସରକାରଙ୍କ ପାଇଁ ଦୁଃଖରେ ପଡ଼ିଛି। ତେଣୁ କୃଷି ଋଣ ଛାଡ଼ ହେବାର ଆବଶ୍ୟକତା ରହିଛି। ରାଜ୍ୟରେ ଚାଷୀ ଯେଉଁ ଋଣ କରିଛି ତା’ପାଇଁ କେବଳ ରାଜ୍ୟ ସରକାର ଦାୟୀ। ନୀତି ଆୟୋଗ କହିଛନ୍ତି ଯେ ରାଜ୍ୟରେ ଥିବା ସରକାର ଚାଷୀଙ୍କୁ ରୋଜଗାରକ୍ଷମ କରାଇବାରେ ବିଫଳ ହୋଇଛି। ଋଣ ନେଇ ଯେଉଁ ଫସଲ ଚାଷୀ କଲା ତାହାର  ଅମଳ ଠିକ ଭାବେ ହେଲାନି। ରାଜ୍ୟ ସରକାର ପାଣି, ବିହନ ଓ ବିଜୁଳି ଯୋଗାଣ କଲେନି। ଫସଲକୁ ଗଚ୍ଛିିତ ରଖିବାର ଭିତ୍ତିଭୂମି ବି ନାହିଁ। କେନ୍ଦ୍ର ସରକାରଙ୍କ ଫସଲବୀମା ଯୋଜନା ଲାଗୁ କଲେନି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡକୁ କାର୍ଯ୍ୟକାରୀ କଲେନି। ଏସବୁ ଯୋଗୁ ରାଜ୍ୟର ଚାଷୀ ଏବେ ଅସୁବିଧାରେ ପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି।

କୃଷି ଋଣ ଛାଡ଼କୁ ନେଇ କଂଗ୍ରେସ ଓ ବିଜେପି ପକ୍ଷରୁ ବଢ଼ୁଥିବା ଚାପ ଏବଂ ଚାଷୀ ଅସନ୍ତୋଷର ଭୟ ବିଜେଡିକୁ ଏବେ ଆଶଙ୍କାରେ ପକାଇଛି। ଏତେ ପରିମାଣର କୃଷି ଋଣ ଛାଡ଼ ରାଜ୍ୟ ରାଜକୋଷକୁ ଓଭରଡ୍ରାଫ୍ଟ ସଙ୍କଟ ମଧ୍ୟକୁ ଠେଲି ଦେବାର ଭୟ ମଧ୍ୟ ଲାଗି ରହିଛି। ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କ ଆଜିର ବୟାନରୁ ଏହାର ଆଭାସ ମିଳିଥିବାବେଳେ ବ୍ୟାକଡୋରରେ ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବାର ସୂଚନା ମିଳିଛି।



from Odisha Reporter https://ift.tt/2ECJOSh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages