‘ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’ ଚର୍ଚ୍ଚାରେ କେଁ ପୂରାଇଲେ ପ୍ରତାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

‘ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’ ଚର୍ଚ୍ଚାରେ କେଁ ପୂରାଇଲେ ପ୍ରତାପ

pratap

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନରେ ଓଡ଼ିଶା ବିଜେପିରେ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଏହାକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତିରେ କଳ୍ପନାଜଳ୍ପନା ଲାଗିରହିଛି। ଏହା ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନେଇ, କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ‘ମୁଖ୍ୟମନ୍ତ୍ରୀ ଚର୍ଚ୍ଚା’କୁ ଖୋରାକ ଯୋଗାଇଥିଲେ। କିନ୍ତୁ ଜୁଏଲ୍‌ଙ୍କ ଏହି ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜ୍ୟ ବିଜେପିର ଅନ୍ୟତମ ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନଥିବା ସେ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି- “ବିଜେପି ଏକ ରାଷ୍ଟ୍ରୀୟ ଦଳ। ତେଣୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ତଥାପି ଆମ ଦଳରେ ଅନେକ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ହେଲେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ହୋଇଥିବା ନେଇ ମୋ’ ପାଖରେ କୌଣସି ଖବର ନାହିଁ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ ହୋଇପାରେ। ନହେଲେ ତାଙ୍କୁ କିଏ କେନ୍ଦ୍ରରୁ କହିଥାଇ ପାରନ୍ତି। ମୁଁ ସେହି ବିଷୟରେ କିଛି କହିପାରିବି ନାହିଁ।”

ଧର୍ମେନ୍ଦ୍ର ପ୍ରଧାନ ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ୍‌ କହିବା ପ୍ରସଙ୍ଗରେ ଶ୍ରୀ ଷଡଙ୍ଗୀ କହିଛନ୍ତି- “ମୁଁ କଣ ଜୁଏଲ୍‌ ଓରାମଙ୍କ ବ୍ୟକ୍ତିଗତ ସଚିବ? ମୁଁ କେମିତି କହିବି? ବିଜେଡିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀର ମରୁଡ଼ି ରହିଛି। ଅସୁବିଧାରେ ପଡ଼ିଲେ, ବିଜେଡି ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜିବେ। କିନ୍ତୁ ଆମ ଦଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଏକାଧିକ ବ୍ୟକ୍ତିଙ୍କର ଯୋଗ୍ୟତା ରହିଛି।”

ସେ ଆହୁରି କହିଛନ୍ତି- “ଓଡ଼ିଶାରେ ଅନେକ ଚର୍ଚ୍ଚା ହେଉଛି। ଏସବୁ ଚର୍ଚ୍ଚା ଆପଣମାନେ (ଗଣମାଧ୍ୟମ) କରାଉନ୍ତି। ଏଥିରେ ଅନ୍ୟମାନେ ଭାଗ ନେଉଛନ୍ତି। ଯଦି ଅପରାଜିତା ଷଡ଼ଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଚର୍ଚ୍ଚାକୁ ଆସୁଛି, ତାହାହେଲେ ମୁଁ କିଏ ତାକୁ ରୋକିବାକୁ।”

ଓଡ଼ିଶାର ଜିଡିପି ହାର ସର୍ବଭାରତୀୟ ସ୍ତରଠାରୁ ଅଧିକ ନେଇ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି- “ବର୍ତ୍ତମାନ ଜିଡିପି ହିସାବକୁ ନେଇ ବହୁ ବିବାଦ ରହିଛି। କିନ୍ତୁ ସର୍ବଭାରତୀୟ ସ୍ତରରେ ମାତୃ ଓ ଶିଶୁ ମୃତ୍ୟୁହାରରେ ଓଡ଼ିଶା ଆଗରେ ରହିଛି। ଏଠାରେ ସବୁଠାରୁ କମ୍‌ ଡାକ୍ତର ଅଛନ୍ତି। ରାଜ୍ୟରେ ସମାନୁପାତିକ ଭାବେ ଡାକ୍ତରଖାନା ଓ ଡାକ୍ତର ନାହାନ୍ତି। ଶିକ୍ଷାର ସ୍ତର ବହୁ ଖରାପ ରହିଛି। ୯୦ ପ୍ରତିଶତ ଶିକ୍ଷକ ଓଟିଇଟିରେ ଫେଲ୍‌ ହେଉଛନ୍ତି। ସର୍ବଭାରତୀୟ ସ୍ତରରେ ଚାଷୀ ମୃତ୍ୟୁହାର ଅଧିକ। ଯାହାକୁ ରାଜ୍ୟ ସରକାର ସ୍ୱୀକାର କରୁନାହାନ୍ତି। ଶହଶହ ନଦୀ ଥାଇ ବି ଜଳସେଚନ ହୋଇପାରୁ ନାହିଁ। ଦିନକୁ ଦିନ ଉତ୍ପାଦନ କମି ଯାଉଛି। ଏପରି ସ୍ଥିତିରେ କେଉଁ ହିସାବରେ ଓଡ଼ିଶାର ଜିଡିପି ଅଧିକ ରହୁଛି, ଜାଣିପାରୁନି। ଏଇଟା ସତ ସର୍ବଭାରତୀୟ ସ୍ତରରେ ଓଡ଼ିଶା ଦୁର୍ନୀତି ଓ ମିଛ କହିବାରେ ପ୍ରଥମ ରାଜ୍ୟ ହେବ। ଦାରିଦ୍ର୍ୟରେ ଓଡ଼ିଶା, ବିହାର ତଳକୁ ଯାଇଛି। ସର୍ବଭାରତୀୟ ସ୍ତରରେ ଓଡ଼ିଶା ଏଇଥିରେ ରେକର୍ଡ କରିଛି।”



from Odisha Reporter https://ift.tt/2rpNIVY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages