ଲଗାତାର ୧୭ ଦିନ ଭାଷଣ ଦେବାରୁ ଏହି ରୋଗରେ ପଡ଼ିଲେ ସିଦ୍ଧୁ, ଜାଣନ୍ତୁ କ’ଣ ହୋଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ଲଗାତାର ୧୭ ଦିନ ଭାଷଣ ଦେବାରୁ ଏହି ରୋଗରେ ପଡ଼ିଲେ ସିଦ୍ଧୁ, ଜାଣନ୍ତୁ କ’ଣ ହୋଇଛି

ଚଣ୍ଡିଗଡ଼: କ୍ରିକେଟରରୁ ରାଜନେତା ବନିଥିବା ନଭଜୋତ ସିଂହ ସିଦ୍ଧୁଙ୍କୁ କଂଗ୍ରେସ ପ୍ରଚାର କାର୍ଯ୍ୟରେ ଲଗାଇଥିଲା। ତେବେ ଲଗାତାର ୧୭ ଦିନ ଧରି ବିଭିନ୍ନ ସ୍ଥାନରେ ସିଦ୍ଧୁ ଭାଷଣ ଦେବାରୁ ଏବେ ତାଙ୍କ ଗଳା ଖରାପ ହୋଇଯାଇଛି।

ସ୍ଥିତି ଏମିତି ହୋଇଛି ଯେ ସେ ସବୁଦିନ ପାଇଁ କଥା କହିବା ଶକ୍ତି ହରାଇବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ତେଣୁ ଡାକ୍ତର ତାଙ୍କୁ ୫ରୁ ୩ ଦିନ ସଂପୂର୍ଣ୍ଣ ଭାବେ ପାଟି ବନ୍ଦ କରି ବିଶ୍ରାମ ନେବାକୁ କହିଥିବା ଜଣାପଡ଼ିଛି।

ପଞ୍ଜାବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସିଦ୍ଧୁ ବର୍ତ୍ତମାନ ଭୋକାଲ କୋଡ୍‌ସ ସମସ୍ୟାରେ ପଡ଼ିଛନ୍ତି। ସେ ଏକ ଅଜ୍ଞାତ ସ୍ଥାନରେ ଡାକ୍ତରଙ୍କ ପରାମର୍ଶ ନେବା ସହ ସଂପୂର୍ଣ୍ଣ ଭାବେ ବିଶ୍ରାମ ନେଉଥିବା ପଞ୍ଜାବ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି।

କଂଗ୍ରେସ ପକ୍ଷରୁ ସିଦ୍ଧୁଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଥିଲା। ସେ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଲଗାତର ୧୭ ଦିନରେ ୭୦ଟି ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ।

ଏଥିସହ ସେ ନଭେମ୍ବର ୨୮ରେ ପାକିସ୍ତାନ ଯାଇ ସେଠାରେ କର୍ତ୍ତାରପୁର ସାହିବ କରିଡର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମଧ୍ୟ ଭାଷଣ ଦେଇଥିଲେ। ତେଣୁ ସେ ବର୍ତ୍ତମାନ ଭୋକାଲ କୋଡ୍‌ସ ବା ଗଳା ଖରାପ ରୋଗରେ ପଡ଼ିଛନ୍ତି।



from Odisha Reporter https://ift.tt/2FZtxbd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages