ଗାଁରେ ପଶିଲା, ଘଣ୍ଟାଏ ବୁଲିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ଗାଁରେ ପଶିଲା, ଘଣ୍ଟାଏ ବୁଲିଲା

elephant

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗାଁକୁ ଆଜି ସକାଳେ ଏକ ଦନ୍ତାହାତୀ ପଶି ଆସିଥିଲା। ଗାଁ ଲୋକେ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଆସି ହାତୀକୁ ଘଉଡ଼ାଇ ଥିଲେ। ବନ ବିଭାଗ କର୍ମଚାରୀଙ୍କ ସହିତ ଗାଁ ଲୋକେ ବାଣ ଫୁଟାଇ ହାତୀକୁ ତଡ଼ିଥିଲେ।

ଘଉଡ଼ାଇବା ଯୋଗୁ ହାତୀଟି ଅନୁଗୋଳ-ଛେଣ୍ଡିପଦା ମୁଖ୍ୟ ରାସ୍ତା ପାର ହୋଇ କୁମ୍ଭାର ସାହି ଦେଇ ଜଙ୍ଗଲକୁ ପଳାଇ ଥିଲା।

ହାତୀକୁ ଦେଖି ଛେଣ୍ଡିପଦା, ମାମୁରିଆ, ସାଲୁଇଖମଣ ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ବନ ବିଭାଗ କହିଛି, ହାତୀ ପଲରୁ ଅଲଗା ହୋଇ ଦନ୍ତାଟି ଗାଁକୁ ପଶି ଆସିଥିଲା। ଏବେ ଏହା ଜଙ୍ଗଲକୁ ଚାଲି ଯାଇଛି।

ହାତୀ ଗାଁ ଭିତରକୁ ପଶି ଆସିଥିବା ବେଳେ କାହାରି କିଛି କ୍ଷତି କରି ନଥିବା ସୂଚନା ମିଳିଛି।



from Odisha Reporter https://ift.tt/2L5slSy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages