
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଲ ଓ ଖରାପ ମଣିଷ ଜୀବନରେ ଲାଗି ରହିଥାଏ। କିନ୍ତୁ ଅନେକ ସମୟରେ ଆମେ ଏମିତି ଘାଣ୍ଟି ହେଉ ଯେ, ସମୟକୁ ଦୋଷ ଦେଉ। ଯେତେ ଶିଘ୍ର ଖରାପ୍ ସମୟ ସରିଯିବ ସେତେ ଭଲ ବୋଲି କଳ୍ପନା କରୁ। ହେଲେ ଏମିତି ହୋଇ ନ ଥାଏ। ଭାଗ୍ୟଚକ୍ରରେ ପଡ଼ି ଆମେ ଛନ୍ଦି ହୋଇପଡୁ।
ପରିଜନଙ୍କ ସହ ସମ୍ପର୍କ ବି ଖରାପ୍ ହୁଏ। ଲୋକେ କୁହନ୍ତି, ରାଶି ଅନୁସାରେ ଏମିତି ଅସୁବିଧା ବେଳ ପଡେ ବୋଲି। ଏଣୁ ଏହି ସମସ୍ୟାରେ ଆପଣ ବି ପଡି ଥାଇପାରନ୍ତି। ତା ହେଲେ ଆସନ୍ତୁ ଜାଣିବା କ’ଣ କଲେ ଆପଣଙ୍କ ସୁଖ ଲେଉଟିବ।
ମେଷ: ଏହି ରାଶିର ଲୋକମାନେ କଳା ରଙ୍ଗର କପଡ଼ା ପିନ୍ଧିବା ଉଚିତ୍ ନୁହେଁ।
ବୃଷ: ଏହି ରାଶିର ଲୋକେ ଘରେ ଦକ୍ଷିଣାବର୍ତ୍ତି ଶଙ୍ଖ ରଖନ୍ତୁ।
ମିଥୁନ: ଏହି ରାଶିର ଲୋକେ ଧଳା ରଙ୍ଗର କପଡ଼ା ପିନ୍ଧିବା ଶୁଭ।
କର୍କଟ: ଏହି ରାଶିର ଲୋକେ ସାମୁକା ଓ କଉଡ଼ି ଘରେ ରଖିବା ଉଚିତ୍।
ସିଂହ: ଠାକୁର ପୂଜା କରିବା ସମୟରେ ଅରୁଆ ଚାଉଳ ବ୍ୟବହାର କରନ୍ତୁ ।
କନ୍ୟା: ଘରେ ଘିଅ ଦୀପ ଜଳେଇବା ଉଚିତ୍।
ତୁଳା: ଠାକୁର ଘରେ ଶ୍ରୀଯନ୍ତ୍ର ଲଗାଇ ପୂଜା କରନ୍ତୁ।
ବିଛା: ବିଛା ରାଶିର ଲୋକମାନେ ଧଳା ରଙ୍ଗର କପଡ଼ା ପିନ୍ଧନ୍ତୁ।
ଧନୁ: ଘର ରୁଦ୍ରାକ୍ଷ ରଖିବା ଶୁଭ ।
ମକର: ମକର ରାଶିର ଲୋକମାନେ କଳା ରଙ୍ଗର କପଡ଼ା ବ୍ୟବାହାର କରିବା ଉଚିତ୍।
କୁମ୍ଭ: ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପୂଜାରେ ଚନ୍ଦନର ଧୂପ ଜଳେଇବାକୁ କୁହାଯାଏ।
ମୀନ: ଏହି ରାଶିର ଲୋକମାନେ କଳାରଙ୍ଗର କପଡ଼ା ପିନ୍ଧିବା ଉଚିତ୍ ନୁହେଁ।
ସୌଜନ୍ୟ: ଜନସତ୍ତା
from Odisha Reporter https://ift.tt/2BY4r8J
No comments:
Post a Comment