
ଖୋର୍ଦ୍ଧା (ବଳରାମ ଲେଙ୍କା): ଏକ ହତ୍ୟା ମାମଲାରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ତୁମୁଳକାଣ୍ଡ ଘଟାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାଆଇଆଇସି ସମେତ ଅନ୍ୟ କିଛି ପୁଲିସ୍ ଅଧିକାରୀଙ୍କୁ ଲୋକେ ଗୋବିନ୍ଦପୁର ପଞ୍ଚାୟତ ଅଫିସ୍ ଭିତରେ ତାଲା ପକାଇ ଅଟକ ରଖିଛନ୍ତି।
ଅଭିଯୋଗ ଅନୁସାରେ, ପରିଛଳ ଗାଁର ଏକ ହତ୍ୟାକାଣ୍ଡ ଘଟିଥିଲା। ଏହାର ଉଚିତ ତଦନ୍ତ କରି ଦୋଷୀଙ୍କୁ ଧରିବାକୁ ଗାଁ ଲୋକେ ବାରମ୍ବାର ପୁଲିସ୍ ନିକଟରେ ଦାବି କରି ଆସିଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲା। ଯାହାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଏନେଇ ଗାଁ ଲୋକେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବାକୁ ସଜବାଜ ହେଇ ପଞ୍ଚାୟତ ଅଫିସ ଆଗରେ ଏକଜୁଟ ହୋଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ସେମାନେ ଏକ ବସ୍ ଡାକିଥିଲେ।
ଏହି ସମୟରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସମ୍ପୃକ୍ତ ବସ୍ର ଡ୍ରାଇଭର ଏକ ଘଟଣାରେ ସମ୍ପୃକ୍ତ ଥିବା କହି ତାକୁ ଗିରଫ କରିବାକୁ ଆସିଥିବା କହିଥିଲା। ହେଲେ ପୁଲିସ୍ ବସ୍ ଡ୍ରାଇଭରଙ୍କୁ ଗିରଫ କରିବା ପରିବର୍ତ୍ତେ ଛାଡ଼ି ଦେଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ହତ୍ୟା ମାମଲାକୁ ନେଇ ହେବାକୁ ଥିବା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ପୁଲିସ୍ ଏମିତି ଚାଲାକି କରିଥିବା ଅଭିଯୋଗ କରି ଗାଁ ଲୋକେ ପୁଲିସ୍ କର୍ମଚାରୀଙ୍କୁ ପଞ୍ଚାୟତ ଅଫିସରେ ତାଲା ପକାଇ ଦେଇଛନ୍ତି।
ଏହାପରେ ପୁଲିସ୍ର କାର୍ଯ୍ୟକଳାପକୁ ବିରୋଧ କରି ଗାଁ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।
from Odisha Reporter https://ift.tt/2FTOzbt
No comments:
Post a Comment