
ଲକ୍ଷ୍ନୌ: ଗୋହତ୍ୟାକୁ ନେଇ ଉତ୍ତରପ୍ରଦେଶର ବୁଲନ୍ଦଶହରେ ସଂଘଟିତ ହିଂସାକାଣ୍ଡର ୬ ଦିନ ପରେ ପୁଲିସ୍ ମୁଖ୍ୟ ଏସ୍ଏସ୍ପି କ୍ରିଷ୍ଣା ବାହାଦୁର ସିଂହଙ୍କୁ ବଦଳି କରାଯାଇଥିବା ଜଣାଯାଇଛି। ତାଙ୍କର ବଦଳି ଲକ୍ଷ୍ନୌକୁ କରାଯାଇଥିବାବେଳେ ତାଙ୍କ ସ୍ଥାନରେ ସୀତାପୁର ଏସ୍ପି ପ୍ରଭାକର ଚୌଧୁରୀ ଏହି ଦାୟିତ୍ୱ ନେବେ।
ଏହି ଅବସରରେ ଅନ୍ୟ ୨ଜଣ ପୁଲିସ୍ କର୍ମଚାରୀଙ୍କୁ ମଧ୍ୟ ବଦଳି କରାଯାଇଛି।
ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ପରିସ୍ଥିତି ଉପୁଜିବାପରେ ପ୍ରତିକ୍ରିୟା ପ୍ରକାଶରେ ବିଳମ୍ବ ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏକ ଗାଁ ନିକଟରେ ଥିବା ଜଙ୍ଗଲରେ ଗାଇ ମୃତ ଦେହ ମିଳିବାପରେ ତୁରନ୍ତ ପୁଲିସ୍ କୌଣସି ପଦକ୍ଷେପ ନେଇନଥିଲା ବୋଲି ସେ କହିଛନ୍ତି।
ଉତ୍ତରପ୍ରଦେଶ ଡିଜିପି ଓପି ସିଂହ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ଏବଂ ଏହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦିଆଯିବାପରେ ଏହି ନିଷ୍ପତ୍ତି ନିଆଯାଇଥିଲା।
ଅନ୍ୟପକ୍ଷରେ ଏହି ହିଂସାକାଣ୍ଡ ‘ମୋବ୍ ଲିଞ୍ଚିଂ’ ନୁହେଁ ବରଂ ଏକ ଦୁର୍ଘଟଣା ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ସେ କହିଛନ୍ତି, “ଉତ୍ତରପ୍ରଦେଶରେ ମୋବ୍ ଲିଞ୍ଚିଂ ଭଳି କିଛି ଘଟଣା ହୋଇନାହିଁ। ବୁଲନ୍ଦଶହରରେ ଯାହା ହେଲା ଏହା ଏକ ଦୁର୍ଘଟଣା ଥିଲା।”
ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ଜୀବନ ଯାଇଥିବା ଏହି ମାମଲାରେ ଶେଷ ଖବର ସୁଦ୍ଧା ୮ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇସାରିଲେଣି। ସେମାନଙ୍କ ବ୍ୟତୀତ ଜଣେ ଯବାନ ମଧ୍ୟ ଅଭିଯୁକ୍ତ ଥିବା ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2E8IcOQ
No comments:
Post a Comment