ମୋଦି ଓଡ଼ିଶାବାସୀଙ୍କୁ ଭୂତେଇବାକୁ ଚେଷ୍ଟା କରୁଛନ୍ତି: ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ମୋଦି ଓଡ଼ିଶାବାସୀଙ୍କୁ ଭୂତେଇବାକୁ ଚେଷ୍ଟା କରୁଛନ୍ତି: ନିରଞ୍ଜନ

niranjana

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଓଡ଼ିଶା ଆସିଥିଲେ। ଜୟ ଜଗନ୍ନାଥ କହି ଓଡ଼ିଶାବାସୀଙ୍କୁ ଭୂତେଇବାକୁ ଚେଷ୍ଟା କଲେ” ବୋଲି କହି ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସେ କହିଛନ୍ତି, “ଜଳସେଚନରେ ଓଡ଼ିଶା ପଛୁଆ ଅଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ। ସେ ନିଜେ କ’ଣ କରିଛନ୍ତି ? କେନ୍ଦ୍ର ସରକାରଙ୍କର ୯୯ଟି ପ୍ରକଳ୍ପରୁ ୭୪ଟି ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ବାକି ଯେଉଁ ପ୍ରକଳ୍ପ  କାମ ହୋଇଛି, ତାହା ସରିନାହିଁ। ଓଡ଼ିଶା ଲୋକଙ୍କୁ ସେ ଏତେ ବୋକା ବୋଲି କାହିଁକି ଭାବୁଛନ୍ତି ?”

ନିରଞ୍ଜନ କହିଛନ୍ତି,“ ଓଡ଼ିଶା ସରକାରଙ୍କ ୧୮ ବର୍ଷ ଶାସନକାଳରେ ଜଳସେଚନ ହୋଇନାହିଁ। ହେଲେ କେନ୍ଦ୍ର ସରକାର ଯେଉଁ ୯୯ ପ୍ରକଳ୍ପ ନେଇଥିଲେ, ତାର କ’ଣ ଅଗ୍ରଗତି ହୋଇଛି ଆଗ କୁହନ୍ତୁ। ଗତବର୍ଷ ଅପେକ୍ଷା ଏ ବର୍ଷ ବଜେଟ୍‌ରେ କେନ୍ଦ୍ରର ସହାୟତା ରାଶି କମିଛି। ମିଥ୍ୟା ପ୍ରତିଶ୍ରୁତି ଦେବା ମୋଦିଙ୍କ ଅଭ୍ୟାସ।”

ସେ ଆହୁରି କହିଛନ୍ତି,“ ଉଭୟ ମୋଦି ଏବଂ ନବୀନ ଓଡ଼ିଶାର ଲୋକଙ୍କୁ ପ୍ରତାରିତ କରିଛନ୍ତି। ସେମାନେ ଓଡ଼ିଶା ଲୋକଙ୍କୁ ବୁଦ୍ଦୁ ବୋଲି ଭାବୁଛନ୍ତି। ଜଗନ୍ନାଥଙ୍କ ନାଁ ନେଇ ପାର ହେବାକୁ ଚେଷ୍ଟା କରୁଛନ୍ତି। ଗତକାଲିର ମୋଦିଙ୍କ ଭାଷଣରୁ ବିଜେପି-ବିଜେଡି କୋଳାକୋଳି ପ୍ରମାଣିତ ହୋଇଛି। ବିଜେପି ନବୀନଙ୍କ ଦୋଷ ଘୋଡ଼ାଉଥିବା ବେଳେ ନବୀନ ମୋଦିଙ୍କ ଭୁଲ୍ ଲୁଚାଉଛନ୍ତି।”



from Odisha Reporter http://bit.ly/2Lzmnd3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages