
ରାଇପୁର: ଛତିଶଗଡ଼ରେ ଭୂପେଶ ବାଘେଲଙ୍କ ମନ୍ତ୍ରିମଣ୍ଡଳ ଗଠନ ପରେ କଂଗ୍ରେସ୍ ମଧ୍ୟରେ ଥିବା କେଁ ପଦାରେ ପଡ଼ିଛି। ରାଜିମ ବିଧାନସଭା ଆସନରୁ ଜିତିଥିବା ଦଳର ତୁଙ୍ଗ ନେତା ଅମିତେଶ ଶୁକ୍ଲାଙ୍କୁ ମନ୍ତ୍ରୀ କରାନଯିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଶପଥ ନେଇଥିବା ମନ୍ତ୍ରୀଙ୍କ ତାଲିକାରେ ମୋ ନାଁ ନାହିଁ। ମୋ ପରିବାର ନେହରୁ–ଗାନ୍ଧୀ ପରିବାର ସହ ୩ ପୁରୁଷରୁ ରହିଛନ୍ତି। ମୁଁ ସେମାନଙ୍କ ପାଖରୁ ନ୍ୟାୟ ଆଶା କରୁଛି।”
ସୂଚନାଯୋଗ୍ୟ, ଭୂପେଶଙ୍କ ମନ୍ତ୍ରିମଣ୍ଡଳରେ ୧୦ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ନବ ନିର୍ବାଚିତ ବିଧାୟକ ତଥା ପୂର୍ବତନ ପଞ୍ଚାୟତିରାଜ୍ ମନ୍ତ୍ରୀ ଅମିତେଶଙ୍କୁ ପୁଣି ଥରେ କଂଗ୍ରେସ୍ ମନ୍ତ୍ରିମଣ୍ଡଳରେ ପଦ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ଏମିତି କିଛି ହେଲା ନାହିଁ।
କେବଳ ଅମିତେଶ ନୁହନ୍ତି, ତାଙ୍କ ସମର୍ଥକମାନେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି। କାରଣ ଛତିଶଗଡ଼ରେ ଅମିତେଶ ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହାସହ ତାଙ୍କ ପରିବାର ଏହି ଆସନରୁ ବାରମ୍ବାର ଜିତୁଛନ୍ତି ଓ ଯେବେ ବି କଂଗ୍ରେସ୍ ସରକାର ହୋଇଛି ସେମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।
ଏହି ଆସନରୁ ପ୍ରତିନିଧିତ୍ୱ କରି ସ୍ୱର୍ଗତ ଶ୍ୟାମାଚରଣ ଶୁକ୍ଲା ୩ ଥର ଅବିଭାଜିତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି କାରଣରୁ ଏହାକୁ ନା କେବଳ କଂଗ୍ରେସର ଗଡ଼ କୁହାଯାଏ ବରଂ ପ୍ରଦେଶ କଂଗ୍ରେସର ରାଜନୀତିକ କେନ୍ଦ୍ରବିନ୍ଦୁ ବିବେଚନା କରାଯାଏ।
କୁହାଯାଉଛି, ନିର୍ବାଚନ ଜିତିବା ପରଠୁ ଅମିତେଶ ଦିଲ୍ଲୀରେ ଥିଲେ। ଏହି ସମୟ ମଧ୍ୟରେ ସେ ରାହୁଲ ଗାନ୍ଧି ଏବଂ ପିଏଲ୍ ପୁନିଆଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ। ଏତେ ଚେଷ୍ଟା ସତ୍ତ୍ୱେ ତାଙ୍କ ମନ୍ତିମଣ୍ଡଳରେ ନିଆଯାଇନାହିଁ। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
from Odisha Reporter http://bit.ly/2s2n1Hf
No comments:
Post a Comment