ମୁମ୍ବାଇ ଫେରିଲେ ସୋନାଲୀ, କ୍ୟାନ୍‌ସର ସହିତ ଲଢ଼େଇ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ମୁମ୍ବାଇ ଫେରିଲେ ସୋନାଲୀ, କ୍ୟାନ୍‌ସର ସହିତ ଲଢ଼େଇ ଜାରି

sonali

ମୁମ୍ବାଇ: କ୍ୟାନ୍‌ସର ସହିତ ଲଢ଼େଇ କରୁଥିବା ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ୫ ମାସ ପରେ ମୁମ୍ବାଇ ଫେରିଛନ୍ତି। ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସୋନାଲୀଙ୍କ ସହିତ ତାଙ୍କ ସ୍ୱାମୀ ବି ଥିଲେ।

ସୋନାଲୀ ଏବେ ବି କ୍ୟାନ୍‌ସର୍‌ ସହିତ ଲଢ଼ୁଛନ୍ତି। ସେ ପୂରା ସୁସ୍ଥ ହୋଇ ନାହାନ୍ତି। ତେବେ ଏଭଳି ସ୍ଥିତିରେ ବି ତାଙ୍କ ମୁହଁରେ ସେହି ଚିରାଚରିତ ହସ କାଏମ ରହିଛି।

ଗତ ଜୁଲାଇ ୪ ତାରିଖରେ ଜଣାପଡ଼ିଥିଲା ଯେ ସୋନାଲୀଙ୍କୁ କ୍ୟାନ୍‌ସର ହୋଇଛି। ସେ ନିଜେ ସୋଶାଲ୍ ମିଡିଆ ଜରିଆରେ ଏହି ସୂଚନା ଦେଇଥିଲେ। ଚିକିତ୍ସା ପାଇଁ ଆମେରିକା ଯିବା କଥା ବି ସେ ଜଣାଇଥିଲେ।

sonalibendreସେହିପରି ନ୍ୟୁୟର୍କରୁ ମୁମ୍ବାଇ ଫେରିବା କଥା ବି ସେ ସୋଶାଲ୍ ମିଡିଆ ଜରିଆରେ ଜଣାଇଥିଲେ। ଏନେଇ ସେ ଲେଖିଥିଲେ,“ମୁଁ ଫେରୁଛି, ଯେଉଁଠି ମୋ ହୃଦୟ ରହିଛି। ଏବେ ମୁଁ ଯାହା ଅନୁଭବ କରୁଛି, ତାକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ। କିନ୍ତୁ ମୁଁ ମୋ ଭାବନାକୁ ପ୍ରକାଶ କରିବାକୁ ଚେଷ୍ଟା କରୁଛି। ମୋ ପରିବାର ଓ ବନ୍ଧୁମାନଙ୍କୁ ପୁଣି ଦେଖିବା ଖୁବ୍ ଆନନ୍ଦଦାୟକ ହେବ। ସେମାନଙ୍କ ପାଇଁ ମୁଁ ଖୁବ୍ ଉତ୍ସାହିତ, ଯେଉଁମାନେ ମତେ ଭଲ ପାଆନ୍ତି।”

ନ୍ୟୁୟର୍କରେ ଥିବା ସମୟରେ ବିଭିନ୍ନ ସମୟରେ ସୋନାଲୀ ସୋଶାଲ୍ ମିଡିଆରେ ତାଙ୍କ ମନ କଥା ଲେଖୁଥିଲେ ଓ ଫଟୋ ବି ଶେୟାର କରୁଥିଲେ। ଏମିତି କରିବା ଦ୍ୱାରା ସେ କ୍ୟାନ୍‌ସର ସହିତ ଲଢ଼େଇ କରିବାକୁ ଶକ୍ତି ପାଉଥିଲେ ବୋଲି ଥରେ କହିଥିଲେ।



from Odisha Reporter https://ift.tt/2rgnJ30

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages