
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି ଦିନକୁ ଦିନ ତେଜିବାରେ ଲାଗିଛି। ୨ ଦିନ ମଧ୍ୟରେ ମନ୍ତ୍ରୀ ପଦରୁ ତାଙ୍କୁ ବିଦା କରିବାକୁ ମହିଳା କଂଗ୍ରେସ ଚରମ ଚେତାବନୀ ଦେଇଛି। ଆଜି ଏକ ସାମ୍ମାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି। ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି, “ଦୁଇଦିନ ମଧ୍ୟରେ ମହାରଥୀଙ୍କୁ ବିଦାକରା ନଗଲେ, ତୃତୀୟ ଦିନ ମହିଳା କଂଗ୍ରେସ ତରଫରୁ ନବୀନ ନିବାସ ଘେରାଉ କରାଯିବ। ଏହାସହ ବିଭିନ୍ନ ସଭାସମିତିରେ ମନ୍ତ୍ରୀଙ୍କୁ ବିରୋଧ କରାଯିବ।”
ସେ କହିଛନ୍ତି, “କାହା ବଳରେ ମହାରଥୀ ନିୟମିତ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି ? ମୁଖ୍ୟମନ୍ତ୍ରୀଙ୍କ ଗୁଣ୍ଡା ସାଜିଛନ୍ତି। ଯାତ୍ରାପାର୍ଟିର ସଂଳାପ କହୁଛନ୍ତି।”
ମହିଳା କଂଗ୍ରେସର ଏପରି ଚେତାବନୀକୁ ନେଇ ମନ୍ତ୍ରୀ ମହାରଥୀ କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter http://bit.ly/2EZIDfy
No comments:
Post a Comment