‘ଗୋଷ୍ଠୀ କନ୍ଦଳ ଯୋଗୁ କଂଗ୍ରେସ କ୍ଷମତାରୁ ଦୂରରେ ରହିଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

‘ଗୋଷ୍ଠୀ କନ୍ଦଳ ଯୋଗୁ କଂଗ୍ରେସ କ୍ଷମତାରୁ ଦୂରରେ ରହିଛି’

chiranjeeb

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଗୋଷ୍ଠୀ କନ୍ଦଳ ଯୋଗୁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି।  ଏଭଳି ଆଚରଣ ଯୋଗୁ ୧୯ ବର୍ଷ ହେଲା ଆମକୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି କିମ୍ବା କ୍ଷମତା ଦେଉନାହାନ୍ତି।” ଏଭଳି ବୟାନ ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ।

ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ସେ ଏଭଳି ମତ ରଖିଛନ୍ତି। ଏହାସହ ସେ କହିଛନ୍ତି, “ଏବେ ଦଳ ଏକ ହୋଇସାରିଛି। ଆଗକୁ ସରକାର ମଧ୍ୟ ଗଢ଼ିବ। ୨୦୧୯ରେ କଂଗ୍ରେସ ଶାସନକୁ ଆସିଲେ କୃଷିଋଣ ଛାଡ଼ କରିବା ସହ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବୃଦ୍ଧି କରିବ।”

ଜିଲ୍ଲା ସଭାପତି ସୁର ରାଉତରାୟଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ। ଏହି ଅବସରରେ ଦଳ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା।



from Odisha Reporter http://bit.ly/2EXsNBB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages