ଯୁବତୀଙ୍କୁ ଜାଳି ଦେଲା ବିବାହିତ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଯୁବତୀଙ୍କୁ ଜାଳି ଦେଲା ବିବାହିତ ଯୁବକ

ଲକ୍ଷ୍ନୌ:  ବିବାହ ପାଇଁ ରାଜି ନ ହେବାରୁ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ଜାଳି ପୋଡ଼ି ଦେବାକୁ ଉଦ୍ୟମ କରିଛି ଅଭିଯୁକ୍ତ। ଅଭିଯୁକ୍ତ ଜଣେ ୩୧ ବର୍ଷର ବିବାହିତ ଯୁବକ। ନିଆଁରେ ପୀଡ଼ିତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଏହି ଅଭାବନୀୟ କାଣ୍ଡ ଉତ୍ତରାଖଣ୍ଡର ରିଷିକେଷ ଅଞ୍ଚଳରେ ଘଟିଛି। ସଂପୃକ୍ତ ଯୁବତୀଙ୍କୁ ସଂକଟାପନ୍ନ ଅବସ୍ଥାରେ ରିଷିକେଷର ଏଏମ୍‌ସ୍‌ରେ ଭର୍ତ୍ତି କରାଯାଇଛି।

ପୋଲିସ୍ ସୂଚନା ଅନୁସାରେ, ଅଭିଯୁକ୍ତ ଜଣେ ଡ୍ରାଇଭର୍‌ ଏବଂ ସେ ବିବାହିତ ହୋଇଥିଲେ ହେଁ ଏଯାଏ ତା’ର କୌଣସି ସନ୍ତାନ ନାହାନ୍ତି। କିଛି ଦିନ ଧରି ସେ ପୀଡ଼ିତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ପାଇଁ ଜିଦ୍‌ ଧରିଥିଲା। ତେବେ ପୀଡ଼ିତା ଏଭଳି ପ୍ରସ୍ତାବକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିଲେ। ଫଳରେ ପ୍ରତିଶୋଧପରାୟଣ ହୋଇ ଅଭିଯୁକ୍ତ ପୀଡ଼ିତା କଲେଜ୍‌ରୁ ଆସୁଥିବାବେଳେ ରାସ୍ତାରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲା। ଅଭିଯୁକ୍ତକୁ ଉତ୍ତରାଖଣ୍ଡ ପୋଲିସ୍‌ ଗିରଫ କରିଛି।



from Odisha Reporter https://ift.tt/2QzQGGh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages