କ୍ଷମତାକୁ ଆସିଲେ ଋଣଛାଡ଼: ଚାଷୀଙ୍କୁ କଂଗ୍ରେସ ଓ ବିଜେପିଙ୍କ ନିର୍ବାଚନୀ ଅଫର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

କ୍ଷମତାକୁ ଆସିଲେ ଋଣଛାଡ଼: ଚାଷୀଙ୍କୁ କଂଗ୍ରେସ ଓ ବିଜେପିଙ୍କ ନିର୍ବାଚନୀ ଅଫର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ଚାଷୀ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। ଏହାକୁ ଲକ୍ଷ୍ୟ କରି ରାଜ୍ୟରେ ପ୍ରମୁଖ ତିନି ରାଜନୀତିକ ଦଳ ଫୋକସ୍‌ରେ ଚାଷୀଙ୍କୁ ରଖିଛନ୍ତି। ଚାଷୀଙ୍କ ଭୋଟ୍‌ ହାତେଇବା ପାଇଁ ଆରମ୍ଭ କରିଛନ୍ତି ରଣନୀତି। କଂଗ୍ରେସ ଓ ବିଜେପି ରାଜ୍ୟରେ କୃଷିଋଣ ଛାଡ଼ କରିବାକୁ ଘୋଷଣା କରିଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ସ୍ୱାମୀନାଥନ୍‌ କମିଟି ସୁପାରିସକୁ ଲାଗୁ କରିବା ଦାବିରେ ବିଜେଡି ସଂସଦ ଘେରାଉ କରିବାକୁ ସଜବାଜ ହେଉଛି।

ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି-“ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ କୃଷିଋଣ ଛାଡ଼ କରିବ। ତା’ସହ ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବ।”

ରାଜ୍ୟବ୍ୟାପୀ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ କରି ବିଜେପି ଆଜିଠାରୁ ଆସନ୍ତା ୭ ତାରିଖ ଯାଏ ‘ମଣ୍ଡି ଚାଲ ଅଭିଯାନ’ ଆରମ୍ଭ କରିଛି। ସେହିପରି କୃଷିଋଣ ଛାଡ଼ ଓ ଚାଷୀମାନଙ୍କ ଅନ୍ୟ ସମସ୍ୟାର ସମାଧାନ ଦାବିରେ ଆସନ୍ତା ୮ ତାରିଖରେ ସଚିବାଳୟ ଘେରାଉ କରିବାକୁ ଘୋଷଣା କରିଛି ଦଳ।

ଗତକାଲି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ଓ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ଦାବିରେ ଆସନ୍ତା ୮ ତାରିଖରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ କରିବାକୁ ବିଜେଡି ଘୋଷଣା କରିଥିଲା।

ବିଜେପିର ‘ମଣ୍ଡି ଘେରାଉ’ ନିଷ୍ପତ୍ତିକୁ ‘ବିନାଶକାଳେ ବିପରୀତ ବୁଦ୍ଧି’ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ବିଜେଡି ସହ ଏକାଦିନରେ ଆନ୍ଦୋଳନ କରିବା ଅପ୍ରାସଙ୍ଗିକ, ଦଳର ଚାଷୀଙ୍କ ପ୍ରତି ଦରଦ ନାହିଁ ବୋଲି ସେ କହିଛନ୍ତି।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ଯେଉଁଦିନ ସରକାରକୁ ଆସିବୁ, କୃଷିଋଣ ଛାଡ଼ କରିବୁ। ବିଜେଡି ଓ ବିଜେପି ଆମକୁ ଅନୁକରଣ କରିଛନ୍ତି। ଏହାସହ ଚାଷୀଙ୍କୁ ସୋଲାର ପମ୍ପ ଓ ଆର୍ଥିକ ସହାୟତା ଯୋଗାଇଦେବୁ ବୋଲି ନିରଞ୍ଜନ କହିଛନ୍ତି।

ରାଜ୍ୟ ସରକାର କୃଷିଋଣ ତୁରନ୍ତ ଛାଡ଼ କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ଶ୍ରୀକାନ୍ତ ଜେନା। ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଚାଷୀଙ୍କ ନାଁରେ ବିଜେଡିର ଦିଲ୍ଲୀ ଯିବା ନିଷ୍ପତ୍ତି ନାଟକ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2CjdXDs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages