କ୍ୟାନସର୍‌ ନିୟନ୍ତ୍ରଣ କରେ କାଙ୍କଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

କ୍ୟାନସର୍‌ ନିୟନ୍ତ୍ରଣ କରେ କାଙ୍କଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେ ସୁସ୍ଥ ରହିବା ପାଇଁ ଅନେକ ସପ୍ଲିମେଣ୍ଟ୍‌ ଓ ଆୟୁର୍ବେଦିକ ଔଷଧର ସାହାଯ୍ୟ ନେଇଥାଉ। ଡାକ୍ତର ମଧ୍ୟ ସବୁଜ ପରିବା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। କ’ଣ ଆପଣ ଜାଣିଛନ୍ତି, ଏହି ସବୁଜ ପରିବାରେ କାଙ୍କଡ଼ ହେଉଛି ଅନ୍ୟତମ। ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ଅନ୍ୟ ପରିବା ତୁଳନାରେ ଅଧିକ ଶକ୍ତି ମିଳିଥାଏ।

ଏହା କଲରା ଭଳି ଦେଖିବାକୁ ହୋଇଥିବାରୁ, ଅନେକ ସ୍ଥାନରେ ‘ମିଠା କଲରା’ ମଧ୍ୟ କୁହାଯାଇଥାଏ। ଏହି ପରିବା ଭାରତରେ ବର୍ଷା ଦିନେ ଅଧିକ ଚାଷ କରାଯାଇଥାଏ। ପାହାଡ଼ିଆ ଅଞ୍ଚଳରେ ଏହା ଅଧିକ ଦେଖିବାକୁ ମିଳିଥାଏ। କାଙ୍କଡ଼ରେ ଅନେକ ପୌଷ୍ଟିକ ତତ୍ତ୍ୱ ରହିଛି। ଆସନ୍ତୁ ଜାଣିବା କାଙ୍କଡ଼ରେ କେଉଁ ସବୁ ଗୁଣ ରହିଛି।

ଓଜନ କମ୍‌ କରେ

କାଙ୍କଡ଼ରେ ଫାଇବର୍‌ର ମାତ୍ରା ଅଧିକ ରହିଥିବାରୁ ଏହାକୁ ଖାଇବା ପରେ ଆପଣଙ୍କ ପେଟ ଭାରି ଲାଗିଥାଏ। ପେଟ ଭାରି ରହିଲେ ଆପଣ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାଠାରୁ ଦୂରେଇ ରହିଥାନ୍ତି। ଏହା ବ୍ୟତୀତ କାଙ୍କଡ଼ରେ କ୍ୟାଲୋରୀ ମଧ୍ୟ ବହୁତ କମ୍‌ ରହିଛି। ଏଥିପାଇଁ ଆପଣଙ୍କ ଓଜନ କମ୍‌ କରିବା ପାଇଁ ଏହା ଔଷଧ ରୂପରେ କାର୍ଯ୍ୟ କରିଥାଏ।

କ୍ୟାନସର୍‌କୁ ନିୟନ୍ତ୍ରଣ କରେ

କାଙ୍କଡ଼ରେ ଲ୍ୟୁଟେନ୍ ନାମକ ଏକ କ୍ୟାନସର୍‌ ବିରୋଧୀ ତତ୍ତ୍ୱ ରହିଛି। ଏହି ତତ୍ତ୍ୱ ଆଖି ରୋଗ ଓ ହୃଦ୍‌ଘାତ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। କେବଳ ଏତିକି ନୁହେଁ, ଯଦି ଆପଣ କାଙ୍କଡ଼କୁ ନିଜ ନିୟମିତ ଖାଦ୍ୟରେ ସାମିଲ୍‌ କରିବେ, ତେବେ ଆପଣଙ୍କୁ ଭବିଷ୍ୟତରେ କ୍ୟାନସର୍‌ ରୋଗର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏଥିପାଇଁ ସପ୍ତାହକୁ ତିନିରୁ ଚାରିଥର କାଙ୍କଡ଼ ଖାଆନ୍ତୁ।

ଥଣ୍ଡା ଓ ଜ୍ୱରରୁ ରକ୍ଷା କରେ

ଯଦି ଋତୁ ବଦଳିବା ସଙ୍ଗେ ସଙ୍ଗେ ଆପଣଙ୍କୁ ଥଣ୍ଡା ଜ୍ୱର  ଲାଗି ରହୁଛି, ତେବେ କାଙ୍କଡ଼ ଆପଣଙ୍କ ପାଇଁ ଔଷଧ ଭାବରେ କାମ କରିଥାଏ। କାଙ୍କଡ଼ରେ ଆଣ୍ଟି-ଆଲର୍ଜିକ୍‌ ଗୁଣ ରହିଛି, ଯାହା ଥଣ୍ଡା, ଜର ଓ କାଶ ପରି ସମସ୍ୟାରୁ ମୁକ୍ତି ଦେଇଥାଏ।

ପାଚନ ତନ୍ତ୍ରକୁ ମଜଭୁତ୍‌ କରେ

କାଙ୍କଡ଼ ପ୍ରତିଦିନ ଖାଇବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ମଜଭୁତ୍ ହୋଇଥାଏ। ଯଦି ଆପଣଙ୍କୁ କାଙ୍କଡ଼ରେ ତିଆରି ଖାଦ୍ୟ ପସନ୍ଦ ନୁହେଁ, ତେବେ ଆପଣ ଏହାର ଆଚାର ତିଆରି କରି ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ଆପଣଙ୍କର କୋଷ୍ଠକାଠିନ୍ୟ ଓ ହଜମ ନ ହେବା ସମସ୍ୟା ଜଲ୍‌ଦି ଭଲ ହୋଇଥାଏ।



from Odisha Reporter https://ift.tt/2STE7Cf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages