ପର୍ଥ ଟେଷ୍ଟ: ଅଷ୍ଟ୍ରେଲିଆର ଭଲ ଆରମ୍ଭ, ଲଞ୍ଚ ସୁଦ୍ଧା ୬୬/୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ପର୍ଥ ଟେଷ୍ଟ: ଅଷ୍ଟ୍ରେଲିଆର ଭଲ ଆରମ୍ଭ, ଲଞ୍ଚ ସୁଦ୍ଧା ୬୬/୦

ପର୍ଥ: ଘାସୁଆ ପିଚ୍‌ରେ ଅଷ୍ଟ୍ରେଲିଆ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛି। ପର୍ଥରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଦିନରେ ଟସ୍‌ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ବେଶ ସ୍ଥିରତାର ସହ ଇନିଂସ୍‌ ଆରମ୍ଭ କରିଛି। ପ୍ରଥମ ଦିନର ଲଞ୍ଚ ସୁଦ୍ଧା ଅଷ୍ଟ୍ରେଲିଆ ବିନା କ୍ଷତିରେ ୬୬ ରନ୍‌ କରିଛି। ଲଞ୍ଚ ବେଳକୁ ମାର୍କସ ହ୍ୟାରିସ ୩୬ ରନ୍‌ ଓ ଆରୋନ୍‌ ଫିଞ୍ଚ ୨୮ ରନ୍‌ କରି ଅପରାଜିତ ରହିଛନ୍ତି।

ପର୍ଥରେ ଟସ୍‌ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପାଇନ୍‌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଦୁଇ ଓପନର ଫିଞ୍ଚ ଏବଂ ହ୍ୟାରିସ୍‌ ଠିକ୍‌ ସାବ୍ୟସ୍ତ କରି ବେଶ ସତର୍କତାର ସହ ଇନିଂସ୍‌ ଆରମ୍ଭ କରିଥିଲେ। ପ୍ରଥମରୁ ଫିଞ୍ଚ ଖୋଲା ଶଟ୍‌ ଖେଳିଥିବା ବେଳେ ହ୍ୟାରିସ ଧିମା ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଇଶାନ୍ତ ଶର୍ମାଙ୍କ ଗୋଟିଏ ଓଭର୍‌ରେ ଦୁଇଟି ଚୌକା ମାରି ହ୍ୟାରିସ୍‌ ଲୟକୁ ଫେରିଥିଲେ।

ଏହାପରେ ଦୁଇ ଜଣ ମିଶି ଭାରତୀୟ ବୋଲରଙ୍କୁ ପ୍ରହାର କରି ଚାଲିଥିଲେ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଉମେଶ ଯାଦବ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୫ ଓଭର୍‌ରେ ୧୯ ରନ୍‌ ଦେଇ କ୍ୟାପ୍ଟେନଙ୍କୁ ନିରାଶ କରିଛନ୍ତି।

ସେହିପରି ନୂଆ ବଲରୁ ବୋଲିଂ ଆରମ୍ଭ କରିଥିବା ଇଶାନ୍ତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ମଧ୍ୟ କୌଣସି ଆଖି ଦୃଶିଆ ପ୍ରଦର୍ଶନ ଏଯାଏ କରିପାରି ନାହାନ୍ତି। ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ଶାମି ୫ ଓଭର୍‌ରେ ମାତ୍ର ୪ ରନ୍‌ ଦେଇ ଅଷ୍ଟ୍ରେଲିଆର ଦୁଇ ବ୍ୟାଟସ୍‌ମ୍ୟାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ। ହେଲେ ସେ ମଧ୍ୟ ୱିକେଟ୍‌ ନେବାରେ ସଫଳ ହୋଇ ନାହାନ୍ତି।

ଭାରତ ଆଜି ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ବଦଳରେ ହନୁମା ବିହାରୀ ଓ ଉମେଶ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।



from Odisha Reporter https://ift.tt/2ryGezT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages