ଜଳଖିଆ ଦୋକାନ ଉପରେ ମାଡ଼ିଗଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଜଳଖିଆ ଦୋକାନ ଉପରେ ମାଡ଼ିଗଲା ଟ୍ରକ୍‌

accident

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ବଉଳ ବଜାରରେ ଆଜି ସକାଳେ ଏକ ଜଳଖିଆ ଦୋକାନ ଉପରେ ଟ୍ରକ୍ ମାଡ଼ି ଯିବାରୁ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ଆହତ ବ୍ୟକ୍ତିମାନେ ହେଲେ- ଜଳଖିଆ ଦୋକାନୀ ଗୁରୁଚରଣ ସାହୁ ଓ ଗ୍ରାହକ ଅନାଦି ବେହେରା। ଏମାନଙ୍କୁ ପ୍ରଥମେ ନିଶ୍ଚିନ୍ତକୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଆଉ ଜଣେ ଗ୍ରାହକଙ୍କ ନାଁ ଜଣାପଡ଼ିନି। ତେବେ ତାଙ୍କୁ ମଧ୍ୟ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ ରାସ୍ତା ମରାମତି ସହିତ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସ୍ଥାନୀୟ ଲୋକେ ନିଶ୍ଚିନ୍ତକୋଇଲି ଠାରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଟାୟାର ଜାଳି କିଛି ସମୟ ରାସ୍ତାରୋକ କରିଥିଲେ। ନିଶ୍ଚିନ୍ତକୋଇଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।



from Odisha Reporter https://ift.tt/2GdCz4J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages