ସାଓମି ଲଞ୍ଚ୍‌ କଲା ଆଉ ଏକ ନୂଆ ଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ସାଓମି ଲଞ୍ଚ୍‌ କଲା ଆଉ ଏକ ନୂଆ ଫୋନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଓମି ଆଜି ନିଜର ଏକ ନୂଆ ଫୋନ୍‌ ଲଞ୍ଚ୍‌ କରି ଆଉ ଏକ ନୂଆ ସିରିଜ୍‌ ଆରମ୍ଭ କରିଛି। ଏହି ଫୋନ୍‌ କମ୍ପାନୀର ନୂଆ ‘Play’ ସିରିଜ୍‌ର ପ୍ରଥମ ଫୋନ୍‌। ଏଥିରେ ୱାଟର ଡ୍ରପ୍‌ ନଚ୍‌ ଦିଆଯାଇଛି, ଯାହାକି ଅନ୍ୟ କୌଣସି ଫୋନ୍‌ରେ ନାହିଁ। ଏଥିରେ ଡୁଆଲ୍‌ ରିୟର କ୍ୟାମେରା ସହ ଅକ୍ଟୋ-କୋର୍ MediaTek Helio P35 ପ୍ରୋସେସର୍‌ ରହିଛି। ଏହା ବ୍ୟତୀତ ଏହି ଫୋନ୍‌ରେ ଗ୍ରାହକଙ୍କୁ ୧ ବର୍ଷ ଯାଏ  ପ୍ରତି ମାସରେ ୧୦ ଜିବି ଡାଟା ମିଳିବ।

ଫୋନ୍‌ଟି ବର୍ତ୍ତମାନ ପାଇଁ କେବଳ ଚୀନ୍‌ରେ ଲଞ୍ଚ୍‌ କରାଯାଇଛି। ସେଠାରେ ଏହାର ମୂଲ୍ୟ 4GB ଭ୍ୟାରିଏଣ୍ଟର CNY 1,099 ରଖାଯାଇଛି ଯାହାକି ଆମ ଭାରତୀୟ ମୁଦ୍ରାରେ ପାଖାପାଖି ୧୧ ହଜାର ୧୦୦ ଟଙ୍କା ହେବ। ଭାରତରେ ଏହାର ଲଞ୍ଚ୍‌ ଓ ମୂଲ୍ୟକୁ ନେଇ ଏଯାଏଁ କିଛି ସୂଚନା ମିଳିନାହିଁ।

ସ୍ପେସିଫିକେଶନ୍‌

ଗ୍ରାହକଙ୍କୁ ଏହି ଫୋନ୍ ବ୍ଲାକ୍‌, ଡ୍ରିମ୍‌ ବ୍ଲୁ ଓ ଟ୍ୱିଲାଇଟ୍‌-ଗୋଲ୍ଡ କଲର ଅପଶନ୍‌ରେ ମିଳିବ। ଏଥିରେ ୧୯:୯ ଅନୁପାତ ସହ ୫.୮୪ ଇଞ୍ଚ୍‌ ଫୁଲ୍‌ ଏଚ୍‌ଡି ଫ୍ଲାସ(୧୦୮୦x୨୨୮୦ ପିକ୍ସେଲ୍) ଡିସ୍‌ପ୍ଲେ ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ରେ 4GB ରାମ୍ ଓ 64GB ଇଣ୍ଟରନାଲ୍‌ ମେମୋରି ଦିଆଯାଇଛି, ଯାହାକି ମେମୋରି କାର୍ଡ଼ ମାଧ୍ୟମରେ 256GB ଯାଏ ବଢ଼ାଯାଇପାରିବ।

କ୍ୟାମେରା କଥା କହିଲେ ଏଥିରେ ୧୨ ମେଗାପିକ୍ସେଲ୍‌ ଓ ୨ ମେଗାପିକ୍ସେଲ୍‌ର ୨ଟି ରିୟର କ୍ୟାମେରା ଦିଆଯାଇଛି। ଏଥିସହ ସେଲଫି ପାଇଁ ଏଥିରେ ୮ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ଓ LED ଫ୍ଲାସ୍‌ ମଧ୍ୟ ଦିଆଯାଇଛି। ଫୋନ୍‌ରେ ଫିଙ୍ଗର ପ୍ରିଣ୍ଟ ସେନ୍‌ସର ମଧ୍ୟ ରହିଛି। ଏହି ଫୋନ୍‌ରେ ୩,୦୦୦mAhର ବ୍ୟାଟେରୀ ଦିଆଯାଇଛି।

 

 

 

 

 

 

 



from Odisha Reporter http://bit.ly/2T6tw7h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages