
ସମ୍ୱଲପୁର (ସଞ୍ଜୟ ଜେନା): ଔଷଧ କିଣାଇଦେବା ବାହାନାରେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୩୨ ହଜାର ଟଙ୍କା। ଲୁଟିଥିଲେ ନକଲି ଡାକ୍ତର। କିନ୍ତୁ ପରବର୍ତ୍ତୀ ସମୟରେ ପୁଲିସ ହାତରେ ଧରାପଡ଼ି ଟଙ୍କା ଫେରାଇଲେ। ଏପରି ଘଟଣା ସମ୍ୱଲପୁର ମେଡିକାଲ୍ ପରିସରରେ ଘଟିଛି।
ପୂରା ଘଟଣାଟି ଥିଲା ଏମିତି। ରବିବାର ରାତିରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଜିତେନ୍ଦ୍ର ନାୟକ ତାଙ୍କ ଭଉଣୀ ପାଇଁ କ୍ୟାନ୍ସର ମେଡିସିନ କିଣିବାକୁ ମେଡିକାଲ ଭିତରେ ଥିବା ଏକ ମେଡିସିନ୍ ଦୋକାନକୁ ଯାଇଥିଲେ। ଡାକ୍ତର ଲେଖିଥିବା ଔଷଧ ମିଳିବ ନାହିଁ ବୋଲି ଦୋକାନୀ ଜଣଙ୍କ କହିଥିଲେ। ଏହା ପରେ ଜିତେନ୍ଦ୍ର ଫେରୁଥିଲେ। ତେବେ ଔଷଧ କିଣାଇଦେବା ବାହାନାରେ ଜିତେନ୍ଦ୍ରଙ୍କ ପାଖକୁ ଯାଇଥିଲେ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ। ପରେ ସେ ଫୋନ୍ କରି ଅନ୍ୟ ଦୁଇ ସାଥୀଙ୍କୁ ଡ଼ାକିଥିଲେ। ସେମାନଙ୍କୁ ଡାକ୍ତର ବୋଲି ପ୍ରଶାନ୍ତ ପରିଚୟ ଦେଇଥିଲେ। ତା’ପରେ ଜିତେନ୍ଦ୍ର ସେମାନଙ୍କୁ ପ୍ରେସ୍କ୍ରିପ୍ସନ୍ ଦେଇଥିଲେ। ଔଷଧ ବାବଦରେ ୩୨ ହଜାର ୫୦୦ ଟଙ୍କା ଲାଗିବ ବୋଲି ସେମାନେ ଜିତେନ୍ଦ୍ରଙ୍କୁ କହିଥିଲେ। ତେବେ ଟଙ୍କା ଦେବା ପରେ ଔଷଧ ଆଣିବାକୁ ଯାଇ ଆଉ ସେମାନେ ଫେରିନଥିଲେ। ଏହାପରେ ଜିତେନ୍ଦ୍ର ଠକାମୀର ଶିକାର ହୋଇଥିବା ଜାଣିପାରି ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ୩ ଦଲାଲଙ୍କୁ ଗିରଫ କରିଛି। ଏପରିକି ଲୁଟ୍ ଟଙ୍କା ମଧ୍ୟ ଜବତ ହୋଇଛି।
ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଅଧିକାଂଶ ସମୟରେ ହସ୍ପିଟାଲରେ ବୁଲାବୁଲି କରୁଥିବା ପୁଲିସ କହିଛି।
from Odisha Reporter http://bit.ly/2CyxtvZ
No comments:
Post a Comment