ସବୁବର୍ଗର ଗରିବଙ୍କୁ ମିଳିବ ମାଗଣା ଉଜ୍ଜ୍ୱଳା ଗ୍ୟାସ୍‌ ସଂଯୋଗ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ସବୁବର୍ଗର ଗରିବଙ୍କୁ ମିଳିବ ମାଗଣା ଉଜ୍ଜ୍ୱଳା ଗ୍ୟାସ୍‌ ସଂଯୋଗ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ୍‌ ଯୋଜନା ଏବେ ସମସ୍ତ ଗରିବ ହିତାଧିକାରୀଙ୍କୁ ମିଳିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୧୬ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଆରମ୍ଭରୁ ମୁଖ୍ୟତଃ ବିପିଏଲ୍‌ ପରିବାରଗୁଡ଼ିକୁ ସାମିଲ୍‌ କରାଯାଇଥିଲା। ପରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଏବଂ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସାମିଲ କରାଯାଇଥିଲା। ବର୍ତ୍ତମାନ ଏହାର ପରିସରକୁ ଆହୁରି ବ୍ୟାପକ କରି ସମସ୍ତ ଗରିବଙ୍କୁ ଯେଭଳି ରନ୍ଧନ ଗ୍ୟାସ୍‌ ମିଳିପାରିବ, ତାହା ନିଶ୍ଚିତ କରାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଗ୍ୟାସ୍‌ ସଂଯୋଗ ନଥିବା ପରିବାର ଏବଂ ପୂର୍ବରୁ ସ୍ଥିରୀକୃତ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ସ୍ଥାନ ପାଇନଥିବା ପରିବାରଗୁଡ଼ିକୁ ମଧ୍ୟ ଗ୍ୟାସ୍‌ ଯୋଗାଇଦେବାର ପରିସରକୁ ବୃଦ୍ଧି କରାଯାଇଛି। ଅର୍ଥନୈତିକ ବ୍ୟାପାର କମିଟି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେବାପରେ ଏହା ନିଶ୍ଚିତ ହୋଇଯାଇଛି।

ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, ଏହି ପଦକ୍ଷେପ ଶତ ପ୍ରତିଶତ ଘରେ ଗ୍ୟାସ୍‌ ପହଞ୍ଚାଇବା ଲକ୍ଷ୍ୟ ହାସଲ ପାଇଁ ସହାୟକ ହେବ।

୨୦୧୬ ମସିହାରେ ଏହି ଯୋଜନା ଆରମ୍ଭ ହେବା ସମୟରେ ୫ କୋଟି ପରିବାରକୁ ଟାର୍ଗେଟ୍‌ କରାଯାଇଥିଲା ଏବଂ ପରେ ୫ ବର୍ଷରେ ୮ କୋଟି ପରିବାରକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଜନସଂଖ୍ୟାର ୯୦ ପ୍ରତିଶତଙ୍କ ରୋଷେଇ ଘରେ ଗ୍ୟାସ୍‌ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ପ୍ରଥମେ ୨୦୧୧ ସାମାଜିକ ଏବଂ ଅର୍ଥନୀତିକ ଜନସଂଖ୍ୟା ଆଧାରରେ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ପରେ ଅନୁସୂଚିତ ଜାତି ଏବଂ ଜନଜାତି, ବନବାସୀ, ଅତି ପଛୁଆ ବର୍ଗ, ଦ୍ୱୀପରେ ବସବାସ କରୁଥିବା ଲୋକେ, ଯାଯାବର ଆଦିବାସୀ, ଚା’ ବଗିଚା ଶ୍ରମିକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀଙ୍କ ମଧ୍ୟରେ ସୀମିତ ଥିଲା। କିନ୍ତୁ ଏବେ ଏହା ସମସ୍ତ ଗରିବଙ୍କୁ ମିଳିପାରିବ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ରୋଷେଇ ଘରକୁ ଧୂଆଁମୁକ୍ତ କରିବାରେ ଯଥେଷ୍ଟ ସଫଳ ହୋଇଥିବାରୁ ୱାର୍ଲ୍ଡ ହେଲ୍‌ଥ ଅର୍ଗାନାଇଜେସନ୍‌ (WHO) ମଧ୍ୟ ଏହି ଯୋଜନାକୁ ପ୍ରଶଂସା କରିସାରିଛି।



from Odisha Reporter https://ift.tt/2GoMuEs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages