୯ ମାସ କ୍ୟାପ୍ଟେନ୍‌ ଥାଇ ବି ଏଯାଏ ମ୍ୟାଚ୍‌ ଜିତି ନଥିଲେ ଟିମ୍‌ ପାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

୯ ମାସ କ୍ୟାପ୍ଟେନ୍‌ ଥାଇ ବି ଏଯାଏ ମ୍ୟାଚ୍‌ ଜିତି ନଥିଲେ ଟିମ୍‌ ପାଇନ୍‌

ପର୍ଥ: ଦୀର୍ଘ ୯ ମାସ ପରେ ଅଷ୍ଟ୍ରେଲିଆ ଟିମ୍‌ ପାଇଁ ଖୁସି ହେବା ଭଳି ଘଟଣା ଘଟିଛି। କେପ୍‌ ଟାଉନ୍‌ ବଲ ବିକୃତ କରିବା ଘଟଣା ପରେ ଟିମ୍‌ ଅଷ୍ଟ୍ରେଲିଆ କୌଣସି ଟେଷ୍ଟ ମ୍ୟାଚ୍‌ ଜିତିବାର ସୌଭାଗ୍ୟ ପାଇଛି। ସେହିପରି ବଲ୍‌ ଟ୍ୟାମ୍ପରିଙ୍ଗ ଘଟଣା ପରେ ଟିମ୍‌ ଅଷ୍ଟ୍ରେଲିଆର ଅଧିନାୟକ ପଦ ସମ୍ଭାଳିଥିବା ଟିମ୍‌ ପାଇନ୍‌ ଆଜି ଯାଏ କୌଣସି ଟେଷ୍ଟ୍‌ ମ୍ୟାଚ୍‌ ଜିତି ନଥିଲେ। କିନ୍ତୁ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ଜିତି ସେ ପରାଜୟ ଧାରାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ପ୍ରଥମ ବିଜୟ ପରେ ଟିମ୍‌ ପାଇନ୍‌ ମଧ୍ୟ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ ଟିମ୍‌ ଅଷ୍ଟ୍ରେଲିଆର ଅଧିନାୟକ ହେବା ଗୌରବର କଥା। ଅଧିନାୟକ ଭାବେ ପ୍ରଥମ ଟେଷ୍ଟ ଜିତି ଥିବାରୁ ନିଶ୍ଚିତ ଆଶ୍ୱସ୍ତି ମିଳିଛି। ପ୍ରତ୍ୟେକ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ। ଯାହା ହେଉ କିଛି ମାସ ପରେ ପୁରସ୍କାର ମିଳିଲା।”

ଗତ ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ରେ ଅଧିନାୟକ ଷ୍ଟିଭ୍‌ ସ୍ମିଥ, ଡେଭିଡ୍‌ ୱାର୍ଣ୍ଣର ଏବଂ ବ୍ୟାଟସ୍‌ମ୍ୟାନ୍‌ ବ୍ୟାନ୍‌କ୍ରପ୍ଟଙ୍କୁ ବଲ୍‌ ବିକୃତ କରିବା ଘଟଣାରେ କ୍ରିକେଟରୁ ବାସନ୍ଦ କରାଯାଇଥିଲା। ଏହାପରେ ଟିମ୍‌ ପାଇନ୍‌ ଟେଷ୍ଟ୍‌ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ। ସେବେଠାରୁ ଦଳ ୩ଟି ଟେଷ୍ଟରେ ପରାସ୍ତ ହୋଇଥିବା ବେଳେ ଗୋଟିଏ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ତେବେ ଭାରତ ବିପକ୍ଷରେ ଦ୍ୱିତୀୟ ଟେଷ୍ଟକୁ ୧୪୬ ରନ୍‌ରେ ଜିତି ପାଇନ୍‌ ଏହି ଅବାଞ୍ଛିତ ରେକର୍ଡକୁ ଭାଙ୍ଗିଛନ୍ତି।



from Odisha Reporter https://ift.tt/2ExegfN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages