୨୯ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଅର୍ଜୁନ ବିଶ୍ୱ ବିଜେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

୨୯ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଅର୍ଜୁନ ବିଶ୍ୱ ବିଜେତା

arjun

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଗ୍ରେଟର ୱେଲୀ ସ୍କୁଲ୍‌ର ଛାତ୍ର ଅର୍ଜୁନ ଭାଟୀ ମାଲେସିଆରେ ଅନୁଷ୍ଠିତ ୟୁଏସ୍ କିଡ୍‌ସ ଜୁନିଅର ଗଲ୍ଫ ବିଶ୍ୱ ଚାମ୍ପିୟନଶିପ୍‌ରେ ଚାମ୍ପିୟନ ହୋଇଛନ୍ତି। ସେ ଆମେରିକାର ଏଲେକ୍ସ ମୋ’ଙ୍କୁ ୩ଟି ଶଟ୍‌ରେ ହରାଇ ଏହି ଟାଇଟାଲ୍‌କୁ ନିଜ ନାଁରେ କରି ନେଇଛନ୍ତି।

ଏହି ପ୍ରତିଯୋଗିତାରେ ୨୯ଟି ଦେଶର ଖେଳାଳି ଭାଗ ନେଇଥିଲେ। ୧୩ରୁ ୧୪ ବର୍ଷ ବର୍ଗରେ ଅର୍ଜୁନଙ୍କୁ ଏହି ସଫଳତା ମିଳିଥିଲା।
ଏହି ପ୍ରତିଯୋଗିତାକୁ ୟୁଏସ୍ କିଡ୍‌ସ ଗଲ୍ଫ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜନ କରାଯାଇଥିଲା।

ବିଶ୍ୱ ଚାମ୍ପିୟନ ହେବା ପରେ ଅର୍ଜୁନ କହିଛନ୍ତି,“ମୁଁ ବିଶ୍ୱର ଏକ ନମ୍ବର ଗଲ୍ଫ ଖେଳାଳି ହେବାକୁ ଲକ୍ଷ୍ୟ ରଖିଛି। ଏହା ସହିତ ଏଥିରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ଚାହୁଁଛି।” ଏହା ପୂର୍ବରୁ କନିଷ୍ଠ ସ୍ତରରେ ସେ ଅନେକ ଗଲ୍ଫ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଛନ୍ତି।

ଏହି ପ୍ରତିଯୋଗିତାରେ ଆଉ ଦୁଇ ଭାରତୀୟ ଖେଳାଳି ପାବ୍‌ଲୋ ସୁନ୍ଦରମ୍‌ ଓ ପର୍ଣ୍ଣିକା ଶର୍ମା ଭାଗ ନେଇଥିଲେ। ୧୫ରୁ ୧୬ ବର୍ଷ ବର୍ଗରେ ଭାଗ ନେଇଥିବା ସୁନ୍ଦରମ୍‌ ଷଷ୍ଠ ସ୍ଥାନରେ ରହିଥିଲେ। ସେହିପରି ୯ରୁ ୧୦ ବର୍ଷ ବର୍ଗରେ ଭାଗ ନେଇଥିବା ପର୍ଣ୍ଣିକା ତୃତୀୟ ସ୍ଥାନରେ ରହିଥିଲେ।



from Odisha Reporter http://bit.ly/2LylDop

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages