ଆଦିବାସୀଙ୍କ ପାଇଁ ସଂରକ୍ଷିତ ପଦବୀ ହାତେଇଛନ୍ତି ଅଣ-ଆଦିବାସୀ, ପ୍ରତିବାଦରେ ବନ୍ଦ ଡାକରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଆଦିବାସୀଙ୍କ ପାଇଁ ସଂରକ୍ଷିତ ପଦବୀ ହାତେଇଛନ୍ତି ଅଣ-ଆଦିବାସୀ, ପ୍ରତିବାଦରେ ବନ୍ଦ ଡାକରା

bandh

ଲମତାପୁଟ (ଜଗତ ଜୀବନ କଚିନ): ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିବା ଲମତାପୁଟ ବ୍ଲକ୍‌ ଅଧ୍ୟକ୍ଷ ପଦବୀ ଜଣେ ଅଣ-ଆଦିବାସୀ ହାତେଇଥିବା ଅଭିଯୋଗ କରି ସର୍ବଦଳୀୟ ଆଦିବାସୀ ସଂଘ ପକ୍ଷରୁ ଆଜି ୧୨ଘଣ୍ଟିଆ ଲମତାପୁଟ ବନ୍ଦ ଡାକରା ଦିଆଯାଇଛି।

ଏଥିଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏଥିସହ ଅନକାଡେଲି ଠାରୁ ଜୟପୁର, କୋରାପୁଟ ଓ ଲମତାପୁଟ ଅଞ୍ଚଳକୁ ଯାଉଥିବା ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିଛି। ତେଣୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଅଧ୍ୟକ୍ଷ ପଦବୀ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ଜଣେ ଅଣ-ଆଦିବସୀ ମହିଳା ଭୁଲ୍ ପ୍ରମାଣ ପତ୍ର ପ୍ରଦାନ କରି ଏହି ପଦବୀ ହାସଲ କରିଥିବା ଅଭିଯୋଗ ହୋଇଛି।

ଲମତାପୁଟ ସର୍ବଦଳୀୟ ଆଦିବାସୀ ସଂଘ ଜିଲ୍ଲା ପ୍ରଶାସନକୁ ଏ ବିଷୟରେ ଅବଗତ କରାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଆଜି ବନ୍ଦ ଡାକରା ଦେଇଛି।



from Odisha Reporter http://bit.ly/2CvDGIW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages