ଶାଶୂ ଓ ତିନି ନଣଦ ମିଶି ଜିଅନ୍ତା ଜାଳି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ଶାଶୂ ଓ ତିନି ନଣଦ ମିଶି ଜିଅନ୍ତା ଜାଳି ଦେଲେ

burn

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିସୁଆ ଗାଁରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଘର ସହିତ ଜଣେ ମହିଳା ଜଳି ଯାଇଛନ୍ତି।

ଯୌତୁକ ପାଇଁ ଶାଶୂ ଓ ତିନି ନଣଦ ମିଶି ତାଙ୍କ ଗୋଡ଼ହାତ ବାନ୍ଧି କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଭାରତୀ ସ୍ୱାଇଁ।

ଭାରତୀଙ୍କ ଶରୀର ୮୦ ଭାଗ ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଯୌତୁକ ପାଇଁ ନିର୍ଯାତନା ଦେଇ ଶାଶୂ ଓ ତିନି ଜଣ ନଣନ୍ଦ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ପୁଲିସ୍‌ ତାଙ୍କ ଶାଶୂ ଓ ତିନି ନଣନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଛି।

houseଗତକାଲି ରାତି ପ୍ରାୟ ୧୧ଟାରେ ଏହି ଅଘଟଣ ଘଟିଥିଲା। ଘରେ ନିଆଁ ଲାଗି ଯାଇଥିବା ଦେଖି ପଡ଼ୋଶୀମାନେ ଦୌଡ଼ି ଆସିଥିଲେ। ଭାରତୀ ଓ ତାଙ୍କ ଝିଅକୁ ଉଦ୍ଧାର କରିଥିଲେ। ଭାରତୀ ପୋଡ଼ି ଯାଇଥିବା ବେଳେ ତାଙ୍କର ୫ମାସର ଝିଅ ଭଲ ଥିଲା। ନିଆଁରେ ଦୁଇ ବଖରା ଘର ପୂରା ପୋଡ଼ି ଯାଇଛି।

ବଡ଼ପାଳ ଗାଁର ଭାରତୀ ବାଲିସୁଆ ଗାଁର ନିର୍ମଳ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରଠୁ ଶାଶୂ ଓ ନଣନ୍ଦ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ। ତାଙ୍କ ସ୍ୱାମୀ ଓ ଶଶ୍ୱର ଘରେ ରହୁ ନଥିଲେ। ସେମାନେ ବାହାରେ ଚାକିରି କରୁଥିଲେ।

ଜଣେ ପଡ଼ୋଶୀ ଭାରତୀଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ଓ ସେ ଯାହା କହିଥିଲେ ତାକୁ ମୋବାଇଲ୍‌ରେ ରେକର୍ଡ କରି ନେଇଥିଲେ। ଏଥିରେ ଭାରତୀ କହିଥିଲେ, ସ୍ୱାମୀ ଓ ଶ୍ୱଶୁର ନ ଥିବାବେଳେ ଶାଶୂ ଓ ତିନି ନଣନ୍ଦ ତାଙ୍କୁ ଘରର ଗୋଟିଏ କୋଣକୁ ନେଇ ହାତଗୋଡ଼ ବାନ୍ଧି ଦେଇଥିଲେ। ପରେ ତାଙ୍କ ଉପରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ।

ପଡ଼ୋଶୀ ଜଣଙ୍କ ତାଙ୍କୁ କ’ଣ ପଚାରିଥିଲେ ଓ ସେ କ’ଣ କହିଥିଲେ ପଢ଼ନ୍ତୁ।

1yuw4w2w3



from Odisha Reporter https://ift.tt/2KPlIE7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages