ସ୍ୱଂୟମ୍ବର କରି ଠକିଥିଲେ, ଆଜି ପୁଣି କହିବେ ବାହା ହେବେ କି ନାଇଁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ସ୍ୱଂୟମ୍ବର କରି ଠକିଥିଲେ, ଆଜି ପୁଣି କହିବେ ବାହା ହେବେ କି ନାଇଁ !

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଆପଣଙ୍କୁ କ’ଣ ଲାଗୁଛି, ସତରେ କ’ଣ ରାକ୍ଷୀଙ୍କ ହାତଗଣ୍ଠି ପଡିବ ? ତାଙ୍କ ଘରେ ଶାହାନାଇ ବାଜିବ ଆଉ ସେ ବାହା ହୋଇ ଶାଶୂ ଘରକୁ ଯିବେ? ଆମକୁ ତ କାଇଁ ଲାଗୁନି। ଭାବିବେ ମିଛ ଭଳି ଲାଗୁଛି। ମନେ ପଡିଯାଉଛି ତାଙ୍କ ସ୍ୱଂୟମ୍ବର କଥା।

ଆମେ କହୁଛୁ କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତଙ୍କ କଥା। ରାକ୍ଷୀ କୁଆଡେ ଦୀପକ କଲାଲ୍‌ଙ୍କୁ ବିବାହ କରିବେ ବୋଲି ଘୋଷଣା କରି ଏକ ସସ୍‌ପେନ୍ସ କ୍ରିଏଟ୍‌ କରିଛନ୍ତି। ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ। ସତରେ କଣ ରାକ୍ଷୀ ଦୀପକ କଲାଲ୍‌ଙ୍କୁ ବିବାହ କରିବେ? ନା ସ୍ୱୟଂବର କରି ଫ୍ୟାନ୍ସଙ୍କୁ ଠକି ଥିବା ରାକ୍ଷୀ ପୁଣି ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିବେ।

ତାଙ୍କର ଏପରି ଏକ ନିଷ୍ପତି ଜୀବନର ଏକ ନୂଆ ଆରମ୍ଭ ନା ପବ୍ଲିସିଟି ଷ୍ଟଣ୍ଟ୍‌। ଏହାକୁ ନେଇ ଫ୍ୟାନ୍ସମାନେ ସନ୍ଦେହ ଘେରରେ ରହିଛନ୍ତି। ଏହି ବିଷୟରେ ରାକ୍ଷୀ ୧ ଡିସେମ୍ୱର ଅର୍ଥାତ୍‌ ଆଜି ଦିନ ୩ଟାରେ ଏକ ପ୍ରେସ୍‌ କନ୍‌ଫେରେନ୍ସ କରିବାକୁ ଯାଉଛନ୍ତି। ବର୍ତ୍ତମାନ ରାକ୍ଷୀ ଦୁବାଇରେ ବିବାହ ପାଇଁ ସପିଂ କରୁଛନ୍ତି ବୋଲି ଜଣାପଡ଼ିଛି। ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଦୁଇଟି ଭିଡିଓ ସେୟାର୍‌ ମଧ୍ୟ କରିଛନ୍ତି। ଯେଉଁଥିରେ ତାଙ୍କୁ ସୁନା କିଣୁଥିବାର ଦେଖିବାକୁ ମିଳୁଛି।
ରାକ୍ଷୀ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିବା ଭିଡିଓ ଅନୁସାରେ, ସେ ୩୧ ଡିସେମ୍ୱର ଲସ୍‌ ଆଞ୍ଜେଲସ୍‌ରେ କମେଡିଆନ୍‌ ଦୀପକ କଲାଲ୍‌ଙ୍କୁ ବିବାହ କରିବେ। ଏହାର କାର୍ଡ ମଧ୍ୟ ରାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଏହା ସହିତ ବାହାଘରର ସମସ୍ତ ମେନୁ ମଧ୍ୟ ଲସ୍‌ ଆଞ୍ଜେଲସ୍‌ ବୋଲି ଲେଖାଯାଇଛି। କାର୍ଡରେ ଆହୁରି ମଧ୍ୟ ଲେଖା ଯାଇଛି ଯେ, “ଦୁଇଟି ପ୍ରେମ କରୁଥିବା ମନ ଏକାଠି ହେବାକୁ ଯାଉଛନ୍ତି ଏବଂ ସବୁବେଳେ ଏ ପ୍ରେମ ରହିବ ବୋଲି ପ୍ରତିଶ୍ରୁତି ରହିଲା।”

ଦୀପକ କଲାଲ୍‌ ନିକଟରେ ଇଣ୍ଡିଆଜ୍‌ ଗଟ୍‌ ଟାଲେଣ୍ଟ୍‌ ୮ରେ ମଧ୍ୟ ଦେଖିବାକୁ ମିଳିଥିଲେ। ଦୀପକ ନିଜ କଥା କହିବାର କଳା ପାଇଁ ଦର୍ଶକଙ୍କ ପାଖରେ ଓ ସୋଶାଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ।

ମହାରାଷ୍ଟ୍ରର ପୁନେରେ ରହୁଥିବା ଦୀପକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ରେ ସବୁବେଳେ କିଛି ନା କିଛି ପୋଷ୍ଟ କରୁଛନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ୬୮ ହଜାର ଫଲୋୟର୍ସ ଅଛନ୍ତି। ଲୋକପ୍ରିୟ ହେବା ପାଇଁ ଦୀପକ ଗୋଟିଏ ହୋଟେଲ୍‌ରେ ରିସେପସନିଷ୍ଟ୍ କାମ କରୁଥିଲେ। ଜୀବନରେ ଅନେକ ସଂଘର୍ଷ କରିଥିବା ଦୀପକ ୧୦ମ ଶ୍ରେଣୀରୁ ହିଁ ପାଠପଢ଼ା ଛାଡ଼ି ଦେଇଥିଲେ। ଏହାପରେ ଅନେକ କଷ୍ଟ କରି ବାନ୍ଦ୍ରା କଲେଜ୍‌ରେ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ କୋର୍ସ କରିଥିଲେ ଏବଂ ବର୍ତ୍ତମାନ ମୁମ୍ୱାଇର ଏକ ଥ୍ରି ଷ୍ଟାର୍ ହୋଟେଲ୍‌ରେ ସେ  ଚାକିରି କରୁଛନ୍ତି।



from Odisha Reporter https://ift.tt/2FPQQnZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages