ହନିମୁନ୍‌ରେ ଟ୍ରିପ୍‌ରେ ‘ଦୀପ୍‌ବୀର୍‌’, ଜାଣନ୍ତୁ କୁଆଡ଼େ ଗଲେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ହନିମୁନ୍‌ରେ ଟ୍ରିପ୍‌ରେ ‘ଦୀପ୍‌ବୀର୍‌’, ଜାଣନ୍ତୁ କୁଆଡ଼େ ଗଲେ?

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ର ହଟେଷ୍ଟ୍‌ କପଲ୍‌ ରଣବୀର୍‌ ସିଂହ ଓ ଦୀପିକା ପାଦୁକୋନ୍‌ ବାହାଘର ପରେ ଏବେ ହନିମୁନ୍‌ରେ ବାହାରି ଯାଇଛନ୍ତି। ଶୁଣିବାକୁ ମିଳୁଛି, ‘ଦୀପବୀର୍‌ ହନିମୁନ୍‌ ପାଇଁ ଶ୍ରୀଲଙ୍କା ଯାଇଛନ୍ତି। ଫିଲ୍ମ ସିମ୍ବାର ପ୍ରମୋଶନ୍‌ରେ ରଣବୀର୍‌ ବ୍ୟସ୍ତ ଥିବାରୁ ହନିମୁନ୍‌ ପାଇଁ ସମୟ ବାହାର କରିପାରୁ ନ ଥିଲେ। ସୂଚନା ଅନୁସାରେ ଶ୍ରୀଲଙ୍କାରେ ହନିମୁନ୍‌ ସହ ‘ଦୀପବୀର୍‌’ ନ୍ୟୁଇୟର ସେଲିବ୍ରେଟ୍‌ ବି କରିବେ।

ଶନିବାର ରାତିରେ ଏହି ନବବିବାହିତ ଯୋଡ଼ି ଶ୍ରୀଲଙ୍କା ବାହାରିଛନ୍ତି। ଏହି ସମୟରେ ଏୟାରପୋର୍ଟର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଫଟୋରେ ଦୁହେଁ ସବୁଥର ପରି ମ୍ୟାଚିଂ କରି କଳା ରଙ୍ଗର ଡ୍ରେସ ପିନ୍ଧିଥିଲେ। ମିଡିଆ କ୍ୟାମେରା ଦେଖି ଦୁହେଁ ହସି ଫଟୋ ପୋଜ୍‌ ମଧ୍ୟ ଦେଇଥିଲେ। ତେବେ ସୋଶାଲ୍‌ ମିଡିଆରେ ଦୁହିଁଙ୍କର ଆଉ ଏକ ଫଟୋ ବି ଭାଇରାଲ ହେଉଛି। ଯେଉଁଥିରେ ଦୁହେଁ ଶ୍ରୀଲଙ୍କାର ଲୋକପ୍ରିୟ କ୍ରିକେଟର୍‌ ସନତ୍‌ ଜୟସୁରିଆଙ୍କ ସହ ନଜର ଆସିଛନ୍ତି। ଲୋକମାନେ ଏହାକୁ ବେଶ୍ ପସନ୍ଦବି  କରୁଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଦୀପିକା ପ୍ରଥମ ଥର ପାଇଁ ନିଜ ରୟାଲ ମ୍ୟାରେଜ୍‌ ସେରିମନି ଆୟୋଜନକୁ ନେଇ କିଛି ଖୁଲାସା କରିଥିଲେ। ସେ କହିଥିଲେ, ବିଦେଶରେ ବାହା ହେବା ତାଙ୍କ ଉଦ୍ଦେଶ୍ୟ ନ ଥିଲା। ସେମାନେ ତାଙ୍କ ବାହାଘରର ପ୍ରାଇଭେସି(ଏକାନ୍ତ) ଚାହୁଁଥିଲେ। ସେଥିପାଇଁ ସେମାନେ ଇଟାଲୀର ‘ଲେକ୍‌ କୋମୋ’କୁ ବାଛିଥିଲେ।

ରିପୋର୍ଟ ଅନୁଯାୟୀ, ଦୀପିକା ଓ ରଣବୀର ନିଜ ବାହାଘରରେ ୨୫ରୁ ୩୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବାହାଘର ପୂର୍ବରୁ ଦୁହେଁ ମମ୍ବାଇର ଜୁହୁ ନିକଟରେ ୫୦କୋଟି ଟଙ୍କାର ଘର ମଧ୍ୟ କିଣଛନ୍ତି। ଏହା ବ୍ୟତୀତ ଏହି ଷ୍ଟାରକପଲ୍‌ ନିଜ ବାହାଘରର ୪ଟି ଅଲଗା ଅଲଗା ରିସେପ୍‌ସନ୍‌ ପାର୍ଟିରେ ମଧ୍ୟ ଅନେକ ଖର୍ଚ୍ଚ କରିଛନ୍ତି।



from Odisha Reporter http://bit.ly/2BRUwR4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages