ମସ୍ତିଷ୍କରୁ ଜାଣନ୍ତୁ ବ୍ୟକ୍ତିତ୍ୱ ଓ ସ୍ୱଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ମସ୍ତିଷ୍କରୁ ଜାଣନ୍ତୁ ବ୍ୟକ୍ତିତ୍ୱ ଓ ସ୍ୱଭାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ସମୁଦ୍ରଶାସ୍ତ୍ରରେ ମଣିଷର ବିଭିନ୍ନ ଅଙ୍ଗକୁ ଆଧାର କରି ଗୁଣ ଓ ଚରିତ୍ର ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ମଣିଷ ଶରୀର ସହିତ ଜଡ଼ିତ ଥିବା ଗୂଢ଼ ରହସ୍ୟ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି।

ସମୁଦ୍ର ଶାସ୍ତ୍ର ଅନୁସାରେ, ବ୍ୟକ୍ତିର ମସ୍ତିଷ୍କରେ ହିଁ ତା’ର ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ଅନେକ କିଛି କଥା ଜାଣିହୁଏ। ତେବେ ଆସନ୍ତୁ ଜାଣିବା ସମୁଦ୍ର ଶାସ୍ତ୍ରରେ ବ୍ୟକ୍ତିର ମଥା ବିଷୟରେ କଣ କୁହାଯାଇଛି।

୧- ଯେଉଁ ବ୍ୟକ୍ତିଙ୍କର ମଥା ଛୋଟ ଥାଏ, ସମୁଦ୍ର ଶାସ୍ତ୍ର ଅନୁସାରେ, ସେମାନେ ଭାବୁକ ସ୍ୱଭାବର ହୋଇଥାନ୍ତି। ଏପରି ଲୋକ କିଛି ବି ନିଷ୍ପତି ନେବା ପୂର୍ବରୁ ନିଜ ମନ କଥା ଶୁଣିଥାନ୍ତି। ଏମାନେ ସମସ୍ତଙ୍କ ସହିତ ଭଲ ଭାବରେ କଥା ହୋଇଥାନ୍ତି ଓ କମ୍‌ ରାଗିଥାନ୍ତି।

୨.ଯେଉଁ ଲୋକଙ୍କର ମଥା ଉଚ୍ଚ ହୋଇ ରହିଥାଏ ଓ ଟିକେ ଆଗକୁ ବାହାରିଥାଏ, ସମୁଦ୍ରଶାସ୍ତ୍ର ଅନୁସାରେ, ଏମାନେ ଅଧିକ ଜିଜ୍ଞାସୁ ହୋଇଥାନ୍ତି। ଏମାନେ ସୃଜନଶୀଳ ସ୍ୱଭାବର ହେବା ସହିତ କୌଣସି ଘଟଣାକୁ ଦେଖିବାର ଦୃଷ୍ଟିଭଙ୍ଗୀ ମଧ୍ୟ ଏମାନଙ୍କର ଅଲଗା ଥାଏ।

୩. ଯେଉଁ ଲୋକଙ୍କର ମସ୍ତିଷ୍କ ଅଳ୍ପ ଭିତରକୁ ପଶି ରହିଥାଏ, ସେମାନଙ୍କ ମନ ସଫା ହୋଇଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଏମାନଙ୍କ ମନରେ କୂଟକପଟ ନ ଥାଏ। କିଛି ଭୁଲ୍‌ ଦେଖିଲେ, ଏହି ବ୍ୟକ୍ତି ରାଗି ଯାଇଥାନ୍ତି। ଏମାନଙ୍କର ଏହି ଗୁଣ ଯୋଗୁ ସାଙ୍ଗସାଥୀ ଓ ପ୍ରିୟଜନ ଦୁଃଖୀ ହୋଇଥାନ୍ତି।

୪. ଯେଉଁ ଲୋକଙ୍କର ମଥା ଚଉଡ଼ା ଓ ଚିକ୍କଣ ହୋଇଥାଏ, ସେମାନେ ଅଧିକ ଗୁଣୀ ଓ ପ୍ରତିଭାଶାଳୀ ହୋଇଥାନ୍ତି। ରଚନା ଓ କଳା କ୍ଷେତ୍ରରେ ଏମାନଙ୍କର ଉନ୍ନତି ହୋଇଥାଏ। ଏହା ସହିତ ଏମାନେ ସାମାଜିକ କାର୍ଯ୍ୟ ମଧ୍ୟ କରିଥାନ୍ତି।

୫.ଯେଉଁ ଲୋକଙ୍କର ମସ୍ତିଷ୍କ ବହୁତ ବଡ଼ ଓ ସଫା ହୋଇଥାଏ, ଏପରି ଲୋକ ବୁଦ୍ଧିମାନ୍‌ ସମ୍ପନ୍ନ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ସର୍ବଦା କିଛି ନୂଆ ଶିଖିବା ପାଇଁ ଇଚ୍ଛା ରହିଥାଏ।

୬. ଯେଉଁ ଲୋକଙ୍କର ମସ୍ତିଷ୍କ କେଶରେ ଘେରି ହୋଇ ରହିଥାଏ, ସମୁଦ୍ର ଶାସ୍ତ୍ର ଅନୁସାରେ ଏମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି। ଏପରି ବ୍ୟକ୍ତି ଅନ୍ୟମାନଙ୍କର କଥାକୁ ଧ୍ୟାନ ପୂର୍ବକ ଶୁଣି ସାରିବା ପରେ ନିଜର ରାୟ ଦେଇଥାନ୍ତି।



from Odisha Reporter http://bit.ly/2QXtmCG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages