୩ୟ ଟେଷ୍ଟରେ ମୟଙ୍କ ଅଗ୍ରୱାଲ ଓ ଅଶ୍ୱିନ୍‌ ଓପନ କରିବା କଥା କହିଲେ ଏହି ରାଜନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

୩ୟ ଟେଷ୍ଟରେ ମୟଙ୍କ ଅଗ୍ରୱାଲ ଓ ଅଶ୍ୱିନ୍‌ ଓପନ କରିବା କଥା କହିଲେ ଏହି ରାଜନେତା

ନୂଆଦିଲ୍ଲୀ: କ୍ରିକେଟ ପ୍ରତି ଭାରତରେ ସମସ୍ତଙ୍କ ଆଗ୍ରହ। ବେଳେବେଳେ କ୍ରିକେଟକୁ ନେଇ ଦେଶର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାମାନେ ବିଶେଷଜ୍ଞଙ୍କ ଭଳି ମତ ଦିଅନ୍ତି। ଏହିକ୍ରମରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର୍‌ ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟକୁ ନେଇ ଅଜବ ବୟାନ ଦେଇଛନ୍ତି।

ଭାରତର ଦୁଇ ଓପନର ମୁରଲୀ ବିଜୟ ଓ ଲୋକେଶ ରାହୁଲ କ୍ରମାଗତ ଅଷ୍ଟ୍ରେଲିଆ ମାଟିରେ ବିଫଳ ହେବାରେ ଲାଗିଛନ୍ତି। ଏପରି କି ଦୁଇ ଓପନରଙ୍କ ବିଫଳତା ଯୋଗୁ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ଶୋଚନୀୟ ଭାବେ ୧୪୬ ରନ୍‌ରେ ପରାସ୍ତ ହୋଇଥିଲା। ଭାରତ ପ୍ରଥମ ଟେଷ୍ଟ ଜିତିଥିବା ବେଳେ ଏବେ ସିରିଜ୍‌ ୧-୧ରେ ବରାବର ରହିଛି।

ଆସନ୍ତା ୨୬ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଟିମ୍‌ ଇଣ୍ଡିଆ ଏଥର ଓପନିଂ ଯୋଡ଼ିରେ ପରିବର୍ତ୍ତନ କରିବେ ବୋଲି ସମସ୍ତେ ମତ ଦେଉଛନ୍ତି। ଟିମ୍‌ ଇଣ୍ଡିଆର ଅନ୍ୟତମ ଓପନର ପୃଥ୍ୱୀ ଶ’ ଆହତ କାରଣରୁ ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି।

ସେ ସମ୍ଭବତଃ ତୃତୀୟ ଟେଷ୍ଟରେ ଓପନ କରିପାରନ୍ତି। ତାଙ୍କ ସହ କିଛି ଲୋକ ରୋହିତ ଶର୍ମାଙ୍କ ନାଁକୁ ଯୋଡ଼ୁଥିବା ବେଳେ ଆଉ କିଛି କ୍ରିକେଟ ପଣ୍ଡିତ ହନୁମା ବିହାରୀ ଓପନ କରିବା ଦରକାର ବୋଲି ମତ ଦେଇଛନ୍ତି।

ହେଲେ ଶଶି ଥରୁର ତୃତୀୟ ଟେଷ୍ଟରେ ମୟଙ୍କଙ୍କ ସହ ରବିଚନ୍ଦ୍ର ଅଶ୍ୱିନ ଓପନ କରିବା ଦରକାର ବୋଲି ମତ ଦେଇଛନ୍ତି। ଟ୍ୱିଟରରେ ନିଜ ମତ ଉପସ୍ଥାପନ କରି ଶ୍ରୀ ଥରୁର କହିଛନ୍ତ, “ ଦ୍ୱିତୀୟ ଟେଷ୍ଟ ହାରିବା ଭାରତ ପାଇଁ ଯେତିକି ଯନ୍ତ୍ରଣା ଦାୟକ ନଥିଲା, ପୃଥ୍ୱୀ ଶ’ ସିରିଜ୍‌କୁ ବାଦ ପଡ଼ିବା ତା’ଠାରୁ ଅଧିକ କଷ୍ଟ ଦେଇଛି। ବର୍ତ୍ତମାନ ଆମେ ମୟଙ୍କ ଅଗ୍ରୱାଲଙ୍କ ସହ ରବିଚନ୍ଦ୍ର ଅଶ୍ୱିନଙ୍କୁ ଓପନ କରିବାକୁ କହିବା ଦରକାର? ଅଶ୍ୱିନ୍‌ ଜଣେ ଶାନ୍ତ ଓ ଡିଫେନ୍ସିଭ୍‌ ଖେଳାଳି। ଅଶ୍ୱିନ୍‌ ଓପନ କଲେ ମଧ୍ୟକ୍ରମରେ ଆଉ ଜଣେ ବ୍ୟାଟସ୍‌ମ୍ୟାନଙ୍କ ପାଇଁ ସ୍ଥାନ ସୃଷ୍ଟି ହୋଇପାରିବ।”

ଅବଶ୍ୟ ଅଶ୍ୱିନ୍‌ ମଧ୍ୟ ଓପନ କରିବାର ଅଭିଜ୍ଞତା ରଖିଛନ୍ତି। ସେ ଡୋମେଷ୍ଟିକ୍‌ ମ୍ୟାଚ୍‌ରେ ଓପନର ଭାବେ ଟିମ୍‌ରେ ଖେଳୁଥିଲେ।



from Odisha Reporter http://bit.ly/2BxO9lC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages