ସୁଲତାନପୁରର ନାଁ ବଦଳାଇବାକୁ ବିଜେପି ବିଧାୟକଙ୍କ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ସୁଲତାନପୁରର ନାଁ ବଦଳାଇବାକୁ ବିଜେପି ବିଧାୟକଙ୍କ ଦାବି

ଲକ୍ଷ୍ନୌ: ପୁଣିଥରେ ସହରର ନାଁ ବଦଳାଇବା ପ୍ରକ୍ରିୟା ଆରମ୍ଭ କରିବାକୁ ବିଜେପି ଅଣ୍ଟା ଭିଡ଼ିଛି। ଉତ୍ତର ପ୍ରଦେଶରେ କ୍ଷମତାରେ ଥିବା ବିଜେପି ପୂର୍ବରୁ ଏକାଧିକ ସହରର ନାଁ ବଦଳାଇଥିବା ବେଳେ ଏବେ ସୁଲତାନପୁର ଉପରେ ନଜର ପକାଇଛି। ସୁଲତାନପୁରର ନାଁକୁ ବଦଳାଇ କୁଶ ଭବନପୁର ରଖିବାକୁ ବିଜେପିର ଲମଭୁଆ ବିଧାୟକ ଦେବମଣି ଦ୍ୱିବେଦୀ କହିଛନ୍ତି। ଏଥିସହ ସେ ନିଜର ଦାବିକୁ ରାଜ୍ୟର ବିଧାନସଭାରେ ମଧ୍ୟ ଉପସ୍ଥାପନ କରିଛନ୍ତି। ସରକାର ଏହାକୁ ବିଚାର କରୁଥିବା ଜଣାପଡ଼ିଛି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦ୍ୱିବେଦୀ କହିଛନ୍ତି, “ ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ନାଁ ଯେତେବେଳେ ଯିଏ ନିଅନ୍ତି, ତାହା ବହୁତ କଷ୍ଟ ଦିଏ। କାରଣ ପୂର୍ବରୁ ଏହାର କୁଶ ଭବନପୁର ରହିଥିଲା। ଭଗବାନ ରାମଙ୍କ ପୁଅ କୁଶ ଏଠାରେ ଦୀର୍ଘଦିନ ହେଲା ରହିଥିଲେ। ଫଳରେ ଏହି ଜିଲ୍ଲାକୁ କୁଶ ଭବନପୁର ଭାବେ ନାମିତ କରାଯାଇଥିଲା।

କିନ୍ତୁ ଆଲାଉଦ୍ଦିନ ଖୀଲ୍‌ଜି ଦେଶରେ ପ୍ରବେଶ କରିବା ପରେ କୁଶ ଭବନପୁରର ନାଁକୁ ସୁଲତାନପୁରରେ ପରିଣତ କରିଦେଇଥିଲେ। ଏବେ ସରକାର ଏହାକୁ ପୁନଶ୍ଚ କୁଶ ଭବନପୁରରେ ନାମରେ ନାମିତ କରିବା ଦରକାର।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁଲତାନପୁର ଜିଲ୍ଲା ମଧ୍ୟରେ ଆମେଥୀ ନିର୍ବାଚନମଣ୍ଡଳୀ ରହିଛି। ଆମେଥୀ ଆସନରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଶ୍ରୀ ଦ୍ୱିବେଦୀ ଆହୁରି କହିଛନ୍ତି, “ ସୁଲତାନପୁର ଜିଲ୍ଲାର ନାଁ ବଦଳାଇବାକୁ ଏକ ପ୍ରସ୍ତାବ ବିଧାନସଭାରେ ଦେଇଛି। ଆଗାମୀ ଅଧିବେଶନରେ ଏହା ଉପରେ ଆଲୋଚନା ହେବ। ଆମେ କୌଣସି ପ୍ରକାରର ନାଁ ବଦଳାଇ ରାଜନୀତି କରୁନାହୁଁ। ଆମେ କେବଳ ଇତିହାସକୁ ପୁନଃ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ।” ତେବେ ବିଧାୟକଙ୍କ ଏଭଳି ପ୍ରସ୍ତାବକୁ ବିରୋଧୀମାନେ ନାପସନ୍ଦ କରିଛନ୍ତି।



from Odisha Reporter http://bit.ly/2Sb3Oy9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages