ଫୋର୍ବସ ଧନୀ ଭାରତୀୟ ସେଲେବ୍ରିଟି ତାଲିକାରେ ଭାଇଜାନ ପୁଣି ନଂ-୧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଫୋର୍ବସ ଧନୀ ଭାରତୀୟ ସେଲେବ୍ରିଟି ତାଲିକାରେ ଭାଇଜାନ ପୁଣି ନଂ-୧

ନୂଆଦିଲ୍ଲୀ: ୨୦୧୮ ଫୋର୍ବସ ଭାରତୀୟ ସେଲେବ୍ରିଟି ତାଲିକାରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଓରଫ୍ ଭାଇଜାନ୍‌ ପୁଣି ଏକ ନମ୍ବର ସ୍ଥାନରେ ରହିଛନ୍ତି। ଅର୍ଥାତ ସେ ଭାରତର ପ୍ରଖ୍ୟାତ ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ ଧନୀ। କ୍ରମାଗତ ତୃତୀୟ ଥର ପାଇଁ ଭାଇଜାନ୍‌ ଏଭଳି ଫୋର୍ବସର ଏକ ନଂ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ଦୀପିକା ପାଦୁକୋନ ଟପ୍‌ ୧୦ ସେଲିବ୍ରେଟିଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ କିଙ୍ଗ ଖାନ୍‌ ଶାହରୁଖ ଟପ୍‌ ୧୦ ଧନୀ ସେଲିବ୍ରେଟି ତାଲିକାରୁ ବାଦ ପଡ଼ିଛନ୍ତି।

ସେଲେବ୍ରିଟିଙ୍କ ଆୟକୁ ଦୃଷ୍ଟିରେ ରଖି ଫୋର୍ବସ ପକ୍ଷରୁ ପ୍ରତିବର୍ଷ ୧୦୦ ଜଣଙ୍କ ତାଲିକା ଜାରି କରାଯାଏ। ୨୦୧୭ ଅକ୍ଟୋବର ୧ରୁ ୨୦୧୮ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସେଲେବ୍ରିଟିଙ୍କ ଆୟକୁ ଦେଖି ଫୋର୍ବସ ପକ୍ଷରୁ ୧୦୦ ଜଣଙ୍କ ନାଁ ଜାରି କରାଯାଇଛି। ଚଳିତ ବର୍ଷ ସଲମାନ ୨୫୩.୨୫ କୋଟି ଟଙ୍କା ଆୟ କରିଛନ୍ତି।

ସଲମାନଙ୍କ ପଛକୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଚଳିତ ବର୍ଷ ୨୨୮.୦୯ କୋଟି ଟଙ୍କା ଆୟ କରିଛନ୍ତି। ଗତବର୍ଷ ତୁଳନାରେ ବିରାଟଙ୍କ ଆୟରେ ୧୧୬.୫୩% ବୃଦ୍ଧି ଘଟିଛି। ତୃତୀୟ ସ୍ଥାନରେ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଆୟ ୧୮୫ କୋଟି ରହିଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ ଭାବେ ଚଳିତ ବର୍ଷ ଶାହରୁଖଙ୍କ ଆୟରେ ୩୩% ହ୍ରାସ ଘଟିଛି। ସେ ଚଳିତ ବର୍ଷ ମାତ୍ର ୫୬ କୋଟି ଟଙ୍କା ଆୟ କରିପାରିଛନ୍ତି। ଗତବର୍ଷ ଫୋର୍ବସ ତାଲିକାର ୨ ନମ୍ବର ସ୍ଥାନରେ ଥିବା ଶାହରୁଖ ଚଳିତ ବର୍ଷ ୧୩ ନଂ ସ୍ଥାନକୁ ଖସି ଯାଇଛନ୍ତି।

ସେହିପରି ନୂଆ କରି ବିବାହ କରିଥିବା ଦୀପିକା ପାଦୁକୋନ ପ୍ରଥମ ମହିଳା ଭାବେ ଫୋର୍ବସ ୨୦୧୮ ସେଲିବ୍ରେଟି ତାଲିକାର ୪ ନଂ ସ୍ଥାନରେ ରହିଛନ୍ତି।

ସେ ଚଳିତ ବର୍ଷ ୧୧୨.୮ କୋଟି ଟଙ୍କା ଆୟ କରିଛନ୍ତି। ୫ନଂ ସ୍ଥାନରେ ୧୦୧.୭୭ କୋଟି ଆୟ ସହ ମହେନ୍ଦ୍ର ସିଂହ ଧୋନି, ୬ ନଂ ସ୍ଥାନରେ ଆମୀର ଖାନ୍‌(୯୭.୫୦ କୋଟି), ୭ ନଂ ସ୍ଥାନରେ ଅମିତାଭ ବଚ୍ଚନ(୯୬.୧୭ କୋଟି), ୮ ନଂ ସ୍ଥାନରେ ରଣବୀର ସିଂହ(୮୪.୭ କୋଟି), ୯ ନଂ ସ୍ଥାନରେ ସଚିନ ତେନ୍ଦୁଲକର(୮୦ କୋଟି) ଓ ୧୦ ନଂ ସ୍ଥାନରେ ଅଜୟ ଦେବଗାନ୍‌(୭୪.୫୦ କୋଟି) ରହିଛନ୍ତି।



from Odisha Reporter https://ift.tt/2EgzgIh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages