
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ବେଲ୍ଟିକିରି ଶେଲ୍ଟର୍ ହୋମ୍ ନିର୍ଯାତନା ଘଟଣାରେ ଉଦ୍ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଚିଠି ଲେଖିଛନ୍ତି।
ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଏଭଳି ଜଘନ୍ୟ ଘଟଣା ଘଟଣା ଘଟିଛି। ଯାହାକୁ ନେଇ ମାନେକା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଘଟଣାରୁ ଜଣାପଡ଼ିଛି, ଶିଶୁ ସୁରକ୍ଷା ଯୋଜନାର ବଡ଼ ଧରଣର ଉଲ୍ଲଂଘନ ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଆଡ଼କୁ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।
ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ ପଦକ୍ଷେପ ନେବାରେ ସଂପୂର୍ଣ୍ଣ ଫେଲ୍ ମାରିଥିବା ପଦାକୁ ଆସିଛି। ସଂପୃକ୍ତ ଅଧିକାରୀ ଏହି ଘଟଣାରେ ନିଜେ ନୈତିକ ଦାୟିତ୍ୱ ନେବା ଆବଶ୍ୟକ ବୋଲି ମାନେକା ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ଘଟଣାର ତଦନ୍ତ ପାଇଁ ସେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ସମସ୍ତ ଶେଲ୍ଟର୍ ହୋମ୍ ପରିଦର୍ଶନ ପାଇଁ ମାନେକା NCPCR କୁ ଦେଇଛନ୍ତି ନିର୍ଦ୍ଦେଶ।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ସେ ଚିଠି ଲେଖିଛନ୍ତି। ଶେଲ୍ଟର୍ ହୋମର ପରିଚାଳନା ସଂସ୍ଥା ରାଜ୍ୟରେ ଧର୍ମାନ୍ତରୀକରଣ କରିବା ସହ ଏହାର ମାଲିକ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଓ ଚାଲାଣ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର।
from Odisha Reporter https://ift.tt/2L55QgG
No comments:
Post a Comment