
ରାୟଗଡ଼ା (ମନୋଜ କୁମାର ପାତ୍ର): ନିଜକୁ ନକ୍ସଲ ବୋଲି ପରିଚୟ ଦେଇଥିଲେ ଓ ସଂଗଠନ ପାଇଁ ଦାଦାବଟି ମାଗିଥିଲେ। ହେଲେ ସେମାନଙ୍କ ଚାଲାକି କାମ କଲାନି। ସେମାନଙ୍କ ଭିତରୁ ଜଣେ ପୂର୍ବରୁ ଗିରଫ ହୋଇଥିବା ବେଳେ ମଙ୍ଗଳବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି ରାୟଗଡ଼ା ପୁଲିସ୍। ସେମାନେ ହେଉଛନ୍ତି ରାୟଗଡ଼ା କସ୍ତୁରୀ ନଗରର କେ. ମାଧବ ରାଓ ଏବଂ ଜେ.କେ.ପୁରର ଭି. ଜଗନ୍ନାଥ। ପୂର୍ବରୁ ଚାନ୍ଦିଲି ଗାଁର ଜେ. ବସନ୍ତଙ୍କୁ ଗିରଫ କରାଯାଇଥିଲା।
ଏ ତିନି ଜଣ ନଭେମ୍ବର ୨୨ ତାରିଖରେ ଗାୟତ୍ରୀ ନଗରରେ ରହୁଥିବା ଠିକାଦାର ଗୋପାଳ ଚେଟ୍ଟି ଈଶ୍ୱର ରାଓଙ୍କୁ ନକ୍ସଲ ନେତା ଚଳପତି ନାଁରେ ଏକ ଧମକପୂର୍ଣ୍ଣ ଚିଠି ପଠାଇ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ଗୋପାଳ ରାୟଗଡ଼ା ଥାନା ପୁଲିସ୍କୁ ସୂଚନା ଦେଇଥିଲେ। ଏହା ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ଜାଲ ବିଛାଇଥିଲା।
ପୁଲିସ୍ର ଯୋଜନା ମୁତାବକ ଗୋପାଳ ଟଙ୍କା ଦେବା ପାଇଁ ଅଭିଯୁକ୍ତମାନଙ୍କୁ ରିଂରୋଡ୍କୁ ଡାକିଥିଲେ। ଅଭିଯୁକ୍ତମାନେ ସେଠାରେ ପହଞ୍ଚିବା ପରେ ପୁଲିସ୍ କୌଶଳକ୍ରମେ ବସନ୍ତକୁ କାବୁ କରିଥିଲା। ତେବେ ମାଧବ ଓ ଜଗନ୍ନାଥ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରୁ ପୁଲିସ୍ ଏକ ନମ୍ବର ବିହୀନ ସ୍କୁଟି ସହିତ ଗୋଟିଏ ଛୁରୀ ଜବତ କରିଥିଲା।
ଗତକାଲି ମାଧବ ଓ ଜଗନ୍ନାଥ ସେମାନଙ୍କ ଘରେ ଥିବା ନେଇ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଏବଂ ସେମାନଙ୍କୁ ଗିରଫ କରିଥିଲା।
from Odisha Reporter https://ift.tt/2KWJcXQ
No comments:
Post a Comment