
ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାରେ ପୁଣି ମାତିଲେ ଏଟିଏମ୍ ଲୁଟେରା। ସୋର-ଅନନ୍ତପୁର ରାସ୍ତାର ‘ପାଖର’ ଛକ ନିକଟରେ ଥିବା ଏକ ଏଟିଏମରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍ କରିଥିବା ସନ୍ଦେହ କରାଯାଉଛି।
ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଠାରେ ଥିବା ଏଟିଏମ୍ ବୁଥ୍ ଭିତରେ ପଶିଥିଲେ ଓ ଗ୍ୟାସ୍ କଟରରେ ଏଟିଏମ୍କୁ କାଟି ଦେଇଥିଲେ। ପରେ ସେମାନେ ଏଟିଏମ୍ରେ ନିଆଁ ଲଗାଇ ଦେଇଥିଲେ। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ ଏଟିଏମ୍ରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ।
ଅନନ୍ତପୁର ଫାଣ୍ଡି ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2zHl478
No comments:
Post a Comment