ଛତିଶଗଡ଼ରେ କଂଗ୍ରେସ ସରକାରଙ୍କ ବଡ଼ ଘୋଷଣା, ଚାଷୀଙ୍କ ଋଣ ମାଫ୍‌, ବଢ଼ିଲା ଏମ୍‌ଏସ୍‌ପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଛତିଶଗଡ଼ରେ କଂଗ୍ରେସ ସରକାରଙ୍କ ବଡ଼ ଘୋଷଣା, ଚାଷୀଙ୍କ ଋଣ ମାଫ୍‌, ବଢ଼ିଲା ଏମ୍‌ଏସ୍‌ପି

ରାୟପୁର: ଦୀର୍ଘ ୧୫ ବର୍ଷ ପରେ ଛତିଶଗଡ଼ରେ କ୍ଷମତାକୁ ଫେରିଥିବା କଂଗ୍ରେସ ୨୦୧୯ ପର୍ଯ୍ୟନ୍ତ ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ଏବେଠାରୁ ଉଦ୍ୟମ ଆରମ୍ଭ କରିଛି। ପ୍ରଥମେ ମଧ୍ୟପ୍ରଦେଶରେ କମଲନାଥ ସରକାର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ ଘୋଷଣା କରିଥିବା ବେଳେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସମାନ ନୀତି ଆପଣାଇଛନ୍ତି।

ସୋମବାର ବିଳମ୍ବିତ ରାତିରେ ଶ୍ରୀ ବାଘେଲ ୬,୧୦୦ କୋଟିର କୃଷି ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଏହି ପରିମାଣର କୃଷି ଋଣ ଛାଡ଼ ଦ୍ୱାରା ରାଜ୍ୟର ପ୍ରାୟ ୧୬.୬୫ ଲକ୍ଷ ଚାଷୀ ଉପକୃତ ହେବେ। ରାଜ୍ୟରେ ଯେଉଁ ଚାଷୀମାନେ ୨୦୧୮ ମସିହା ନଭେମ୍ବର ୩୦ ଯାଏ ଛତିଶଗଡ଼ର କର୍ପୋରେଟ ବ୍ୟାଙ୍କ ଏବଂ ଛତିଶଗଡ଼ ଗ୍ରାମୀଣ ବ୍ୟାଙ୍କରୁ ଋଣ ନେଇଥିବେ, ସେମାନଙ୍କ କ୍ଷେତ୍ରରେ ଏହି ନୂଆ ନିଷ୍ପତ୍ତି ଲାଗୁ ହେବ।

ଏଥିସହ ବାଘେଲ ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏଣିକି ଛତିଶଗଡ଼ର ଚାଷୀମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୭ ଶହ ବଦଳରେ ୨୫ ଶହ ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି।

ଚାଷୀଙ୍କୁ ଖୁସି କରିବା ବ୍ୟତୀତ ଛତିଶଗଡ଼ ସରକାର ୨୦୧୩ ମସିହା ଝେରେମ ଭ୍ୟାଲି ନକ୍ସଲ ହମ୍‌ଲାର ଏସ୍‌ଆଇଟି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ହମ୍‌ଲାରେ କିଛି ବରିଷ୍ଠ କଂଗ୍ରେସ ନେତାଙ୍କ ସହ ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/2Sdrn9X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages