“ମୁଁ ପାକିସ୍ତାନ୍‌ରେ ଜନ୍ମ ହୋଇଥାଆନ୍ତି କି !” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

“ମୁଁ ପାକିସ୍ତାନ୍‌ରେ ଜନ୍ମ ହୋଇଥାଆନ୍ତି କି !”

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ନିକଟରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ନିକଟରେ ସେ ଆଜ୍‌ତକ୍‌କୁ ଅତିଥି ଭାବେ ଆସି ଏକଥା କହିଛନ୍ତି। ମୁଁ ପାକିସ୍ତାନ୍‌ରେ ଜନ୍ମ ହୋଇଥିଲେ ଭଲ ହୋଇଥାଆନ୍ତା ବୋଲି ସୋନୁ କହିବା ପରେ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା।

ତେବେ ଚାଲନ୍ତୁ ଜାଣିବା ତାଙ୍କର ଏମିତି କହିବା ପଛରେ କ’ଣ ରହିଛି କାରଣ।

ସୋନୁ ନିଗମ ଏହି କାର୍ଯ୍ୟକ୍ରମକୁ ଆସି କହିଛନ୍ତି, ‘‘ପାକିସ୍ତାନୀ କଣ୍ଠଶିଳ୍ପୀଙ୍କୁ ଭାରତରେ ଆସି  କାମ କରିବାକୁ କୌଣସି ଅତିରିକ୍ତ ଫିସ୍‌ ଦେବାକୁ ପଡ଼େ ନାହିଁ।  କିନ୍ତୁ ମ୍ୟୁଜିକ୍‌ କମ୍ପାନୀ ଭାରତୀୟ କଣ୍ଠଶିଳ୍ପୀଙ୍କଠାରୁ ଖୁବ୍‌ ଅଧିକ ଟଙ୍କା ଲୁଟିଥାନ୍ତି।  ସୋନୁ ଖୁଲାସା କରିଛନ୍ତି ଯେ, ଭାରତୀୟ ଗାୟକ  ଗୀତ ପାଇଁ ମ୍ୟୁଜିକ୍‌ କମ୍ପାନୀମାନଙ୍କୁ  ଟଙ୍କା ଦେବାକୁ ପଡ଼ିଥାଏ। ଯେତେବେଳେ ସେ କମ୍ପାନୀର ଇଚ୍ଛା ମୁତାବକ ଅର୍ଥ ଦେବାକୁ ରାଜି ହୁଅନ୍ତି ସେତେବେଳେ ହିଁ ତାଙ୍କୁ ଗୀତ ଗାଇବାକୁ ଓ ପ୍ରମୋଟ୍‌ କରିବାକୁ ଅନୁମତି ମିଳିଥାଏ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଏମିତି ସ୍ଥିତି ହୋଇଗଲାଣି ଯେ, ସିଙ୍ଗରମାନଙ୍କୁ ନିଜ ଶୋ’ ପାଇଁ ମ୍ୟୁଜିକ୍‌ କମ୍ପାନୀକୁ ଟଙ୍କା ଦେବାକୁ ପଡ଼ିଥାଏ। ହେଲେ ପାକିସ୍ତାନୀ ଗାୟକଙ୍କ ସହ ସେମିତି ହେଉ ନ ଥିବା ବେଳେ ଭାରତୀୟ କଣ୍ଠଶିଳ୍ପୀ ଏପରି ସ୍ଥିତି କାହିଁକି ଭୋଗିବାକୁ ପଡ଼ିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ପୂର୍ବରୁ ନିର୍ଦ୍ଦେଶକ, ନିର୍ମାତା, ଗାୟକ ଗୀତ ନିର୍ମାଣ କରୁଥିଲେ।। ଆଜିକାଲି ମ୍ୟୁଜିକ୍‌ କମ୍ପାନୀ ନିର୍ମାଣ କରୁଛନ୍ତି।



from Odisha Reporter https://ift.tt/2Gq0Ww1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages