ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ କାହା ଟ୍ରାକ୍‌ ରେକର୍ଡ କେମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ କାହା ଟ୍ରାକ୍‌ ରେକର୍ଡ କେମିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ କଂଗ୍ରେସ୍‌ ୧୫ ବର୍ଷ ପରେ ଶାସନ କ୍ଷମତାକୁ ଫେରିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରୁ କଂଗ୍ରେସ ଦୁଇ ତୃତୀୟାଂଶ ସିଟ ଦାଖଲ କରିବା ଦିଗରେ ଅଗ୍ରସର ହେଉଛି। ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କୁ କଂଗ୍ରେସ୍‌ ମାତ ଦେଇ ଏତେ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି କେହି ଆଶା କରିନଥିଲେ। କେବଳ ଛତିଶଗଡ଼ ନୁହେଁ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ବିଜେପିକୁ ଶକ୍ତ ଝଟକା ଲାଗିଛି। ତେବେ କଂଗ୍ରେସର ଏହି ବିଜୟକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେବାକୁ ମିଳିଛି।

ବିଶେଷ କରି ଛତିଶଗଡ଼ରେ ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଅଦ୍ୟାବଧି ସମ୍ପୂର୍ଣ୍ଣ ଫଳାଫଳ ଆସି ନଥିଲେ ମଧ୍ୟ ଶେଷ ତଥ୍ୟ ଅନୁଯାୟୀ କଂଗ୍ରେସ ବହୁ ଆଗରେ ରହିଛି। ଛତିଶଗଡ଼ରେ ୯୦ ଆସନରୁ ଏବେ ସୁଦ୍ଧା କଂଗ୍ରେସ ୬୩ ବିଜେପି ୧୮ ଏବଂ ଅନ୍ୟାନ୍ୟ ୯ ଅଛନ୍ତି। ତେବେ ଅପ୍ରତ୍ୟାଶିତ ଫଳ ପାଇ ଶାସନ ଭାର ସମ୍ଭାଳିବାକୁ ଯାଉଥିବା କଂଗ୍ରେସର ମୁଖ୍ୟମନ୍ତ୍ରୀ ଚୌକିରେ କିଏ ବସିବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଚାଲିଛି ତର୍ଜମା ଆଉ ଅଙ୍କକଷା।

ତେବେ ଏହି ତାଲିକାରେ ଟିଏସ୍‌ ସିଂହଦେଓଙ୍କ ନାମ ଆଗେ ଆସୁଛି। ସେ ଏବେ ବିଧାୟକ ଦଳର ନେତା ଅଛନ୍ତି। ରାଜ୍ୟର ଅମ୍ବିକାପୁର ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି ଟିଏସ୍‌ ସିଂହଦେଓ। ୨୦୧୩ରେ ନିର୍ବାଚନ ହାରିବା ପରେ କଂଗ୍ରେସ୍ ତାଙ୍କୁ ବିଧାୟକ ଦଳର ନେତା ଭାବେ ଦାୟିତ୍ୱ ଦେଇଥିଲା। ଛତିଶଗଡ଼ କଂଗ୍ରେସକୁ ଏକଜୁଟ କରିବାରେ ତାଙ୍କର ଭୂମିକା ମହତ୍ୱପୂର୍ଣ୍ଣ ରହିଛି। ସରଳ, ସ୍ୱଭାବ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ସମସ୍ତଙ୍କର ପ୍ରଥମ ପସନ୍ଦ ଭାବେ ସିଂହଦେଓଙ୍କ ଚେହେରା ସାମ୍ନାକୁ ଆସୁଛି। ଚଳିତ ନିର୍ବାଚନରେ ସେ ଦଳୀୟ ଇସ୍ତାହାର କମିଟିର ଅଧ୍ୟକ୍ଷ ରହି ସବୁ ବର୍ଗଙ୍କୁ ଛୁଇଁବା ପାଇଁ ପ୍ରୟାସ କରିଛନ୍ତି। ସେହିପରି ଟିଏସ୍‌ ସିଂହଦେଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟ ଅତିପ୍ରିୟ ବୋଲି ଚର୍ଚ୍ଚା ହୁଏ।

ଅନ୍ୟପକ୍ଷେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଉ ଜଣେ ଦାବିଦାର ହେଉଛନ୍ତି ଭୂପେଶ ବାଘେଲ। ଭୂପେଶ ଏବେ ଛତିଶଗଡ଼ ପ୍ରଦେଶ କଂଗ୍ରେସର ସଭାପତି ଅଛନ୍ତି। କୁହାଯାଉଛି, ଦଳକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାରେ ଭୂପେଶଙ୍କ ମୁଖ୍ୟ ଭୂମିକା ରହିଛି। ସେହିପରି ଅନେକ ଫ୍ୟାକ୍ଟର ମଧ୍ୟ ଭୂପେଶଙ୍କ ସପକ୍ଷରେ ରହିଛି। ତାଙ୍କ ପଛରେ ଦଳୀୟ ସମର୍ଥନ ମଜଭୁତ ରହିଛି।

ତାଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ତାମ୍ରଧ୍ୱଜ ସାହୁଙ୍କ ନାମ ଆସୁଛି। ସୌମ୍ୟ ଚେହେରା ଓ ସରଳ ସ୍ୱଭାବର ତାମ୍ରଧ୍ୱଜଙ୍କ ନାମକୁ ନେଇ ମଧ୍ୟ ଦଳୀୟ ନେତୃମଣ୍ଡଳୀରେ ଚର୍ଚ୍ଚା ହେଉଛି। କଂଗ୍ରେସର ଓବିସି ୱିଙ୍ଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାରୁ ତାଙ୍କ ପଛରେ ଏକ ବଡ଼ ଜନସମର୍ଥନ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସେ ଏବେ ସାଂସଦ ଅଛନ୍ତି। ଦଳରେ ତୃଣମୂଳସ୍ତରରୁ କାମ କରିଥିବା ସେ ଦାବି କରନ୍ତି। ୬୯ ବର୍ଷୀୟ ଏହି ରାଜନେତାଙ୍କ ସାଙ୍ଗଠନିକ ଦକ୍ଷତା ମଧ୍ୟ ମଜଭୁତ ଥିବା କୁହାଯାଉଛି। ଏପରିକି ବିଭିନ୍ନ ନିର୍ବାଚନ ମଣ୍ଡଳୀର  ତାମ୍ରଧ୍ୱଜ୍‌ଙ୍କର ଦବଦବା ରହିଛି।  ତେବେ ଦଳ କାହା ଉପରେ ସୁନାକଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା।



from Odisha Reporter https://ift.tt/2C3Ha5f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages