ନୀଳାମ୍ବୁ ଚିଲିକାରେ ବିଦେଶୀ ପକ୍ଷୀ ସୁରକ୍ଷିତ ନୁହଁନ୍ତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ନୀଳାମ୍ବୁ ଚିଲିକାରେ ବିଦେଶୀ ପକ୍ଷୀ ସୁରକ୍ଷିତ ନୁହଁନ୍ତି!

chilika

ଖୋର୍ଦ୍ଧା(ବଳରାମ ଲେଙ୍କା): ମରାଳ ମାଳିନୀ ନିଳାମ୍ୱୁ ଚିଲିକାରେ ମାତିଛନ୍ତି ପକ୍ଷୀ ଶିକାରୀ। ବିପଦରେ ଅଛନ୍ତି ବିଦେଶାଗତ ପକ୍ଷୀ। ପ୍ରତିଦିନ ଶହ ଶହ ବିଦେଶୀ ପକ୍ଷୀ ଶିକାର ହେଉଛନ୍ତି। ଚିଲିକାର ନୀଳରାଶି ଭିତରେ ହାତରେ ବନ୍ଧୁକ ଓ ବିଷ ସହିତ ଫାଶ ଧରି ଶିକାରୀ ପଇଁତରା ମାରୁଥିବା ଅଭିଯୋଗ ହୋଇଛି।

ବିଦେଶୀ ପକ୍ଷୀଙ୍କ ଭୂସ୍ୱର୍ଗ ଚିଲିକାର ନଳବଣ ଓ ମଙ୍ଗଳାଯୋଡ଼ି ଅଞ୍ଚଳ। ପ୍ରତିବର୍ଷ ସାଇବେରିଆ, ମାଲେସିୟା, କାଜାଖସ୍ତାନ୍, ମଙ୍ଗୋଲିଆ ଭଳି ଅଞ୍ଚଳରୁ ହଜାର ହଜାର ମାଇଲ ଅତିକ୍ରମ କରି ଖାଦ୍ୟ ଅନ୍ୱେଷଣରେ ଉଡ଼ିଆସନ୍ତି ଏହି ବିଦେଶୀ ପକ୍ଷୀ। ହେଲେ ଏବେ ଏମାନଙ୍କ ଜୀବନ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି। ବିଦେଶୀ ପକ୍ଷୀଙ୍କ ମାଂସର ବେଶ୍ ଚାହିଦା ରହୁଥିବାରୁ ବଢ଼ିବାରେ ଲାଗିଛି ଶିକାର। ନଳ ଚେର, କଇଁ ଫୁଲର କେଶର ଭିତରେ ବିଷ ଦେଇ ଶିକାରୀମାନେ ପକ୍ଷୀ ଶିକାର କରୁଛନ୍ତି। ଏଥିସହିତ କିଛି ସ୍ଥାନରେ ଡ଼ଙ୍ଗାରେ ବୁଲି ଗୁଳି ଫୁଟାଇ ଓ ଫାଶ ଦେଇ ପକ୍ଷୀ ଶିକାର କରାଯାଉଥିବା ଅଭିଯୋଗ ହୋଇଛି।

ପକ୍ଷୀ ଶିକାର ରୋକିବା ପାଇଁ ବନ ବିଭାଗ ସଚେତନତା ଫଳକ ଲଗାଇଛି। ଏଥିସହ ୨୧ଟି ବେସ୍‌ କ୍ୟାମ୍ପ ଓ ପାଣି ଭିତରେ ପ୍ୟାଟ୍ରୋଲିଂର ବ୍ୟବସ୍ଥା କରିଛି। ହେଲେ ୧୧ହଜାର ବର୍ଗ କିଲୋମିଟର ଚିଲିକାରେ ଏହା ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ ହୋଇଛି। ଗତ ମାସକ ଭିତରେ କେବଳ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ୧୧ ଜଣ ଶିକାରୀଙ୍କୁ ଗିରଫ କରିଛି। ଏଥିସହିତ ବହୁ ପରିମାଣରେ ମୃତ ବିଦେଶୀ ପକ୍ଷୀ, ବନ୍ଧୁକ ଓ ଡ଼ଙ୍ଗା ଜବତ ହୋଇଛି।



from Odisha Reporter https://ift.tt/2SI9lfK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages