ରାଫେଲ୍ ପ୍ରସଙ୍ଗ: ରୁପାଣୀ କହିଲେ କ୍ଷମା ମାଗନ୍ତୁ ରାହୁଲ, କଂଗ୍ରେସ ରଖିଲା ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ରାଫେଲ୍ ପ୍ରସଙ୍ଗ: ରୁପାଣୀ କହିଲେ କ୍ଷମା ମାଗନ୍ତୁ ରାହୁଲ, କଂଗ୍ରେସ ରଖିଲା ଜବାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଫେଲ୍ ପ୍ରସଙ୍ଗରେ ଓଡ଼ିଶାରେ ଆଜି ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ରୂପାଣି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦେଶକୁ ମିଛ କହି ବିଭ୍ରାନ୍ତ କରିଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦାବି କରିଥିବାବେଳେ ରାଜ୍ୟ କଂଗ୍ରେସ ଏହାର ଜବାବ ରଖିଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରୁପାଣୀ କହିଛନ୍ତି ଯେ, ବିଜେପି ବିରୁଦ୍ଧରେ ସବୁ ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିବାରେ କଂଗ୍ରେସ ବିଫଳ ହୋଇ ଥକିଗଲା ପରେ ରାଷ୍ଟ୍ରୀୟ ସୁରକ୍ଷା ନାଁରେ ନୂଆ ଗପ କହିବା ଆରମ୍ଭ କରିଛି। ରାଫେଲକୁ ନେଇ କଂଗ୍ରେସ ଅପ ପ୍ରଚାର କରୁଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶକୁ ମିଛ କହି ବିଭ୍ରାନ୍ତ କରିଛନ୍ତି। ତେଣୁ ସେ ତୁରନ୍ତ ପଦ ଛାଡ଼ନ୍ତୁ ଓ ସେନା ସମେତ ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି। ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧିଙ୍କ ରାଫେଲ ତଥ୍ୟ ମିଛ ବୋଲି ପ୍ରମାଣିତ ହୋଇଛି। ରାହୁଲ ଗାନ୍ଧି ନିଜ ଦଳର ଫାଇଦା ପାଇଁ ମିଛ କହିଥିଲେ। ନିର୍ବାଚନକୁ ଦୃଷ୍ଟିରେ ରଖି ଫାଇଦା ନେବାକୁ ରାହୁଲ ଏଭଳି ମିଛ କହିଥିଲେ ବୋଲି ଶ୍ରୀ ରୁପାଣୀ କହିବା ସହ ସୁପ୍ରିମକୋର୍ଟଙ୍କ ରାୟ ଏଭଳି ମିଛ କହୁଥିବା ଲୋକଙ୍କ ପାଇଁ ଗୋଟିଏ ଶକ୍ତ ଧକ୍କା ବୋଲି କହିଛନ୍ତି। ବିଦେଶରେ ଏଭଳି ଘଟଣାରେ ଯେତେବେଳେ କୌଣସି ନେତା ମିଛ କହୁଥିବାର ପ୍ରମାଣ ମିଳିଛି ସେତେବେଳେ ସିଏ ପଦବୀ ଛାଡ଼ିଛନ୍ତି। ତେଣୁ ରାହୁଲ ମଧ୍ୟ ସମାନ ଶୈଳୀରେ ପଦ ଛାଡ଼ିବା ଉଚିତ୍ ବୋଲି ଶ୍ରୀ ରୁପାଣୀ କହିଛନ୍ତି।

ଅନ୍ୟପକ୍ଷରେ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଓ ଦଳର ୬ରୁ ଅଧିକ ମୁଖପାତ୍ର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରୁପାଣୀଙ୍କ ବୟାନକୁ ଟାର୍ଗେଟ କରି କହିଛନ୍ତି ଯେ ରାଫେଲ ପ୍ରସଙ୍ଗରେ କେନ୍ଦ୍ର ସରକାର ଜାଣିଶୁଣି ମିଥ୍ୟ ତଥ୍ୟ ପ୍ରଦାନ କରି ସୁପ୍ରିମକୋର୍ଟଙ୍କୁ ବିଭ୍ରାନ୍ତ କରିଛନ୍ତି।ଏକ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ରାଫେଲ୍ ଯୁଦ୍ଧ ବିମାନ କିଣିବାର ପ୍ରକ୍ରିୟାକୁ ଯାଞ୍ଚ କରିବାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ଦାବିକୁ କେନ୍ଦ୍ରସରକାର କାହିଁକି ଗ୍ରହଣ କରୁନାହାନ୍ତି ବୋଲି ରାଜ୍ୟ କଂଗ୍ରେସ ପ୍ରଶ୍ନ କରିଛି।ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଅଶୋକ ସାମଲ, ମନୋଜ ମହାପାତ୍ର, ହିଂମାଶୁ ଲେଙ୍କା, ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ଦୀପକ ମହାପାତ୍ର, ଓମପ୍ରକାଶ ସାହୁ, ପ୍ରଦୀପ ମହାପାତ୍ର ଉପସ୍ଥିତ ଥିଲେ।



from Odisha Reporter https://ift.tt/2PE2YYV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages